www.samajalive.in
Thursday, December 11, 2025
13.1 C
Bhubaneswar

ରାଉରକେଲାରେ ବିଶ୍ଵକପ୍‌ ବେଟିଂ; ୩୧ ଲକ୍ଷ ଟଙ୍କା, ୧୫ ମୋବାଇଲ ଜବତ

ରାଉରକେଲା: ରାଉରକେଲା ସହରରେ ବିଶ୍ଵକପ କ୍ରିକେଟ ମ୍ୟାଚକୁ ନେଇ ବେଟିଂ ଚାଲିଛି। ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି। ସୋମବାର ସହରର ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ବେଟିଂ ଚାଲିଥିବାବେଳେ ପୁଲିସ ସେଠାରେ ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଛି। ଘଟଣାସ୍ଥଳରୁ ପୁଲିସ ୩୧ ଲକ୍ଷ ଟଙ୍କା ଏବଂ ୧୫ଟି ମୋବାଇଲ ଫୋନ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ଏଥିରେ ଅନ୍ୟ କିଏ ସମ୍ପୃକ୍ତ ରହିଛି କି ନାହିଁ ଏବଂ ଏହି ରାକେଟ କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି।

- Advertisement -

ସୂଚନାଯୋଗ୍ୟ, ରାଜ୍ୟରେ କ୍ରିକେଟ ବେଟିଂ ନୂଆ ଘଟଣା ନୁହେଁ। ପୂର୍ବରୁ ଜୟପୁର ଏବଂ ବ୍ରହ୍ମପୁରରେ କ୍ରିକେଟ ବେଟିଂ ଚାଲିଥିବା ନଜିର ରହିଛି। ଏହି ସଟ୍ଟା ବଜାରରେ କୋଟି କୋଟି ଟଙ୍କା ବାଜିରେ ଲାଗୁଛି। ଏହା ଏକ ଅପରାଧ ହୋଇଥିଲେ ପୁଲିସ ଏଥିରେ ରୋକ ଲଗାଇବାରେ ସଫଳ ହୋଇପାରୁ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories