www.samajalive.in
Wednesday, December 10, 2025
17.1 C
Bhubaneswar

ସୀମା ଲଙ୍ଘୁଛି ପୁଲିସ: ଗାଡ଼ି ଯାଞ୍ଚ ପାଇଁ ଲୋକଙ୍କୁ ବନ୍ଧୁକ ଦେଖାଉଛି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସର ବର୍ବରତା ସୀମା ଟପିଛି। ଏବେ ନିତିଦିନିଆ ଗାଡ଼ି ମୋଟର ଯାଞ୍ଚ ପାଇଁ ବି ପୁଲିସ ଲୋକଙ୍କୁ ବନ୍ଧୁକ ଦେଖାଉଛି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।

ଉତ୍ତର ପ୍ରଦେଶର ବଡଉନ ଅନ୍ତର୍ଗତ ୱାଜିରଗଞ୍ଜ ଥାନାର ବାଗ୍ରେନ ଅଞ୍ଚଳରେ ବାଇକ୍‌ ଚାଳକଙ୍କ ବାଇକ୍‌ ଯାଞ୍ଚ କରିବା ସମୟରେ ପୁଲିସର ଏଭଳି ବେଆଇନ କାର୍ଯ୍ୟ ଦେଖିବାକୁ ମିଳିଛି। ଗୋଟିଏ ଗୋଟିଏ ଚେକିଂ ପଏଣ୍ଟରେ ୪/୫ ଜଣ ପୁଲିସ କର୍ମଚାରୀ ରହୁଛନ୍ତି। ବାଇକ୍‌ ଚାଳକ ଆସିଲେ ସେମାନଙ୍କୁ ଅଟକାଇ ରାସ୍ତାରେ ଛିଡ଼ା କରାଯାଉଛି। ପରେ ୨/୩ ଜଣ ପୁଲିସ କର୍ମଚାରୀ ଚାଳକଙ୍କୁ ବନ୍ଧୁକ ଦେଖାଉଛନ୍ତି। ଫଳରେ ଚାଳକ ଜଣକ ଭୟରେ ଦୁଇ ହାତ ଉପରକୁ ଉଠାଇ ଛିଡ଼ା ହେବା ପରେ ତାଙ୍କ ଗାଡ଼ି ଯାଞ୍ଚ କରାଯାଉଛି। ପୁଲିସର ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ପୁଲିସ ଚାଳକଙ୍କ ପ୍ରତି ବିପଦପୂର୍ଣ୍ଣ ଏବଂ ଅପମାନିତ କଲା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବରିଷ୍ଠ ଏସପି ଅଶୋକ କୁମାର ତ୍ରିପାଠୀ କହିଛନ୍ତି, ଲୋକମାନଙ୍କୁ ଏପରି ଯାଞ୍ଚ କରିବା ଠିକ୍‌ ନୁହେଁ। ଅପରାଧୀମାନଙ୍କୁ ଯାଞ୍ଚ କରିବା ଲାଗି ପୁଲିସ ଏଭଳି ପଦକ୍ଷେପ ନେଇଥାଏ। କିନ୍ତୁ ସାଧାରଣ ଲୋକଙ୍କ ପ୍ରତି ଏଭଳି ବ୍ୟବହାର ଯେପରି ପୁନର୍ବାର ନ ହୁଏ ସେନେଇ ମୁ ନିର୍ଦେଶ ଦେଇଛି ବୋଲି ସେ କହିଛନ୍ତି। ତେବେ ପୁଲିସ ନିୟମିତ ଭାବେ ଏଭଳି ଯାଞ୍ଚ କରୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories