www.samajalive.in
Monday, December 8, 2025
14.1 C
Bhubaneswar

‘ଗାଁରେ ଦିନଟିଏ ରହି ୧.୨୨ କୋଟି ଖର୍ଚ୍ଚ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ’

ବେଙ୍ଗାଲୁରୁ: ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ। ସେ ଏକ ଗାଁରେ ଗୋଟିଏ ଦିନ ରହିବା ଲାଗି ୧କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଛି। ଏ ନେଇ ବିଜେପି ପକ୍ଷରୁ ଏକ ବୁକ୍‌ଲେଟ ପ୍ରକାଶ କରାଯାଇଛି, ଯେଉଁଥିରେ କୁମାରସ୍ବାମୀଙ୍କ ଖର୍ଚ୍ଚ ବିଷୟରେ ଉଲ୍ଲେଖ ରହିଛି। କୁମାରସ୍ବାମୀ ୟାଦଗିର ଗ୍ରାମରେ ଦିନଟିଏ ରହିବା ସମୟରେ ଏହି ଖର୍ଚ୍ଚ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ. ୟୁଦ୍ଦୁରପ୍ପା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି।

ଜନସାଧାରଣଙ୍କ ବିଶ୍ଵାସଭାଜନ ହେବା ଲାଗି କୁମାରସ୍ବାମୀ ୟାଦଗିର ଗ୍ରାମରେ ସାଧାରଣ ଲୋକଙ୍କ ଭଳି ଗୋଟିଏ ଦିନ କଠୋର ଜୀବନଯାପନ କରିଥିଲେ। ଗାଁରେ ଏକ ଘରେ ଚଟାଣରେ ବେଡ୍‌ସିଟ୍‌ ପକାଇ ଶୋଇଥିଲେ ଏବଂ ସାଧାରଣ ଲୋକଙ୍କ ଭଳି ଖାଦ୍ୟ ଖାଇଥିଲେ। ଏହା ଦ୍ବାରା ସେ ଲୋକଙ୍କୁ ଦେଖାଇବାକୁ ଚାହିଁଥିଲେ ଯେ, ମୁଖ୍ୟମନ୍ତ୍ରୀ ସେମାନଙ୍କର ଏବଂ ରାଜ୍ୟ ପ୍ରତି ସେ ଯତ୍ନବାନ୍‌।

- Advertisement -

ତେବେ​‌ କୁମାରସ୍ବାମୀଙ୍କ ଏହି ପଦକ୍ଷେପ ଲୋକଙ୍କ ଆସ୍ଥା ଜିତିବା ଲାଗି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସାଧାରଣରେ ଆଲୋଚନା ହେଉଛି। ରାଜ୍ୟରେ ଜେଡିଏସ ଏବଂ କଂଗ୍ରେସ ମେଣ୍ଟ ସରକାର କ୍ଷମତାସୀନ ରହିଛି। କିନ୍ତୁ ଦୁଇ ଦଳ ମଧ୍ୟରେ ମତାନ୍ତର ସୃଷ୍ଟି ହେବା ପରଠାରୁ ବିବାଦ ଲାଗି ରହିଛି। କୁମାରସ୍ବାମୀ ମେଣ୍ଟ ସରକାରକୁ ତିଷ୍ଠି ରଖିବା ଲାଗି ନାନା ପ୍ରୟାସ ଜାରି ରଖିଥିବା ବେଳେ ଏହା ସେଥିରୁ ଗୋଟିଏ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ୨୦୧୮ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ୧୦୪ ଆସନରେ ବିଜୟୀ ହୋଇଥିବାବେଳେ ଜେଡିଏସ ୩୭ ଏବଂ କଂଗ୍ରେସ ୮୦ ଆସନ ହାତେଇଥିଲା। କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିବାରୁ ଜେଡିଏସ ଏବଂ କଂଗ୍ରେସ ମେଣ୍ଟ କରି ସରକାର ଗଢ଼ିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories