www.samajalive.in
Wednesday, December 10, 2025
23.1 C
Bhubaneswar

୫୩୧ କୋଟି ଟଙ୍କାରେ ୱାଲମାର୍ଟକୁ ଫ୍ଲିପକାର୍ଟର ୫.୪ ଲକ୍ଷ ସେୟାର ବିକିଲେ ବିନି ବନ୍ସଲ

ବେଙ୍ଗାଲୁରୁ : ଫ୍ଲିପକାର୍ଟର ପ୍ରତିଷ୍ଠାତା ବିନି ବନ୍ସଲ (୩୭) ନିଜର ୫.୪ ଲକ୍ଷ ସେୟାର ୱାଲମାର୍ଟର ଲକ୍ସେମବର୍ଗସ୍ଥିତ କମ୍ପାନୀ ଏଫଆଇଟି ହୋଲ୍ଡିଂସ ଏସଏଆରଏଲକୁ ୫୩୧ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ବିଜନେସ୍‍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ପେପର ସୋମବାର ଏହି ସୂଚନା ପ୍ରଦାନ କରିଛି। ୱାଲମାର୍ଟ ଫ୍ଲିପକାର୍ଟରେ ନିଜର ସେୟାର ଭାଗ ବଢାଇବାକୁ ବିନିଙ୍କଠାରୁ ସେୟାର କିଣିଥିବା କୁହାଯାଉଛି। ଏହି ଡିଲ ସହ ଫ୍ଲିପକାର୍ଟରେ ବିନି ବନ୍ସଲଙ୍କ ଭାଗ ୩.୮୫%ରୁ ହ୍ରାସ ପାଇ ୩.୫୨%ରେ ପହଞ୍ଚିଛି।
ପ୍ରକାଶ ଯେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ବିନି ବନ୍ସଲ ଗତ ବର୍ଷ ଫ୍ଲିପ୍‍କାର୍ଟ ଗ୍ରୁପ ସିଇଓ ପଦରୁ ଇସ୍ତଫା ଦେଇଥିଲେ। ଗତ ବର୍ଷ ମଇ ମାସରେ ବିନି ବନ୍ସଲ ୱାଲମାର୍ଟକୁ ଫ୍ଲିପକାର୍ଟର ୧୧ ଲକ୍ଷ ୨୨ ହଜାର ୪୩୩ଟି ସେୟାର ୧୧୦୩ କୋଟି ଟଙ୍କାରେ ବିକ୍ରି କରିଥିଲେ। ୱାଲମାର୍ଟ ଫ୍ଲିପକାର୍ଟର ୭୭% ସେୟାର କିଣି ସାରିଛି। ସେତେବେଳେ ଫ୍ଲିପକାର୍ଟର ଅନ୍ୟତମ ପ୍ରତିଷ୍ଠାତା ସଚିନ ବନ୍ସଲ ନିଜର ସବୁ ସେୟାର ୱାଲମାର୍ଟକୁ ବିକି ଦେଇଥିଲେ। ବିନି ଓ ସଚିନ ମିଶି ୨୦୦୭ରେ ଫ୍ଲିପକାର୍ଟ ଆରମ୍ଭ କରିଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories