www.samajalive.in
Thursday, December 11, 2025
18.1 C
Bhubaneswar

ଅଭିନନ୍ଦନଙ୍କ ନିଶକୁ ଜାତୀୟ ନିଶର ମାନ୍ୟତା ଦେବା ପାଇଁ ​‌ଲୋକସଭାରେ ପ୍ରସ୍ତାବ

ନୂଆଦିଲ୍ଲୀ : ୱିଙ୍ଗ୍‍ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ଜାତୀୟ ନିଶ ଘୋଷଣା କରିବା ପାଇଁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ ପ୍ରସ୍ତାବ ଦେଇଛନ୍ତିି। ଚଳିତ ବର୍ଷ ଫେବୃଆରୀ ମାସରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସମୟରେ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ ସହ ତାଙ୍କ ନିଶ ମଧ୍ୟ ଖୁବ୍‍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଧୀର ରଞ୍ଜନ ଲୋକସଭାରେ ଅଭିନନ୍ଦନଙ୍କ ଖୁବ୍‍ ପ୍ରଶଂସା କରିବା ସହିତ ଅଦମ୍ୟ ସାହସିକତା ପାଇଁ ତାଙ୍କୁ ବୀରତ୍ୱର ପୁରସ୍କାର ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ଅନେକଥର ଅଭିନନ୍ଦନଙ୍କ ନିଶର ପ୍ରଶଂସା କରାଯାଇଛି। ଏପରିକି କିଛି ଲୋକ ତାଙ୍କର ପ୍ରଶଂସକ ପାଲଟି ତାଙ୍କ ପରି ନିଶ ରଖିବା ମଧ୍ୟ ଆରମ୍ଭ କରିଦେଇଥିଲେ।

ପ୍ରକାଶ ଯେ ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁ ସେନା ଫେବୃଆରର ୨୬ରେ ପାକିସ୍ତାନ ସୀମାରେ ପ୍ରବେଶ କରି ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହାର ପ୍ରତିଜବାବରେ ଫେବୃଆରୀ ୨୭ରେ ପାକିସ୍ତାନ ବାୟୁ ସେନା ବିମାନ ଜାମ୍ମୁ କାଶ୍ମୀରସ୍ଥିତ ଭାରତୀୟ ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବାକୁ ଆସିଥିଲେ । ଏହାର ଦୃଢ ଜବାବ ଦେବାକୁ ଯାଇ ଅଭିନନ୍ଦନ ମିଗ-୨୧ ବିମାନ ଯୋଗେ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନକୁ ମାରି ଖସାଇ ଦେଇଥିଲେ । ଏହି କ୍ରମରେ ସେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଅବତରଣ କରିବା ସହ ଗିରଫ ହୋଇଥିଲେ । ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ଚାପ ଓ ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ସ୍ବଦେଶକୁ ଫେରାଇ ଦେଇଥିଲା । ପାକିସ୍ତାନରେ ୭୨ ଘଣ୍ଟାର ରହଣୀ ମଧ୍ୟରେ ଅଭିନନ୍ଦନ ଦେଖାଇଥିବା ବୀରତ୍ବ ବିଶ୍ବ ବ୍ୟାପୀ ବେଶ ଆଲୋଚ୍ୟର ପ୍ରସଙ୍ଗ ହୋଇଥିଲା ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories