www.samajalive.in
Saturday, December 6, 2025
19.1 C
Bhubaneswar

ସ୍ବସ୍ତିକ ଅଙ୍କନ ସମୟରେ ସାମାନ୍ୟ ତ୍ରୁଟି ମଧ୍ୟ ପଡ଼ିପାରେ ଭାରି

ସାଧାରଣତଃ ପୂଜାପାଠ ସମୟରେ ସ୍ବସ୍ତିକ ଚିହ୍ନ ଅଙ୍କା ଯାଇଥାଏ। ଏହା ପ୍ରଭୁ ଗଣେଶଙ୍କ ପ୍ରତୀକ ହୋଇଥାଏ। ସ୍ବାସ୍ତିକ ଚିହ୍ନ ଆଙ୍କିବା ଦ୍ବାରା ନକରାତ୍ମକ ଶକ୍ତ ଦୂର ହୋଇକଥାଏ ବୋଲି ମାନ୍ୟତା ରହିଛି। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ, ସ୍ବସ୍ତିକ ଚିହ୍ନ ଆଙ୍କିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍। ନଚେତ୍ ଏହା ଭଲ ପରିବର୍ତ୍ତେ ବହୁତ ଖରାପ ପ୍ରଭାବ ପକାଇଥାଏ। ସ୍ବସ୍ତିକ କରିବା ସମୟରେ ସାମାନ୍ୟ ତ୍ରୁଟି ମଧ୍ୟ ଆପଣଙ୍କ ଉପରେ ଭାରି ପଡ଼ିପାରେ। ତେବେ ଆସନ୍ତୁ ଜାଣିବା ସ୍ବସ୍ତିକ କରିବା ସମୟରେ କ’ଣ ସାବଧାନତା ଅବଲମ୍ବନ କରିବା ଉଚିତ୍-

-ଭୁଲରେ ମଧ୍ୟ ଓଲଟା ସ୍ବସ୍ତିକ ଅଙ୍କନ କରନ୍ତୁ ନାହିଁ। ଦୋକାନ କିମ୍ବା ଘରେ ଓଲଟା ସ୍ବସ୍ତିକ କରିବା ବହୁତ ଅଶୁଭ ହୋଇଥାଏ। ଏପରି କରିବା ଦ୍ବାରା ପୂଜାପାଠର ସଠିକ୍ ଫଳ ମିଳିନଥାଏ ଏବଂ କୁପରିଣାମ ଭୋଗିବାକୁ ପଡ଼ିଥାଏ।
-ସ୍ବସ୍ତିକ ପ୍ରସ୍ତୁତ ସମୟରେ ଏହା ଯେପରି ଅଙ୍କାବଙ୍କା ନହୁଏ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ। କାରଣ ଏହାର ପ୍ରଭାବ ଆପଣଙ୍କ ମନସ୍କାମନା ସହ ଘର ଉପରେ ପଡ଼ିଥାଏ।
-ସ୍ବସ୍ତିକ ପ୍ରସ୍ତୁତ ହୋଇଥିବା ଆଖପାଖ ପରିବେଶ ଅପରିଷ୍କାର ନ ହୋଇଥିବା ଦରକାର। ଏହା ଅମଙ୍ଗଳ ଏବଂ ଅଶୁଭର ସଙ୍କେତ ହୋଇଥାଏ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories