www.samajalive.in
Saturday, December 6, 2025
19.1 C
Bhubaneswar

ମୌସୁମୀ ପ୍ରଭାବରେ ଓଡିଶା, ବର୍ଷାରେ ବେହାଲ ଉପକୂଳ

ଭୁବନେଶ୍ୱର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ପ୍ରବେଶ କରିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ଦେଖାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବା ଫଳରେ ଗାଁରୁ ସହର ସବୁଆଡେ ଜଳାର୍ଣ୍ଣବ ହୋଇଛି। ସମ୍ପ୍ରତି ଓଡିଶା ଗସ୍ତରେ ଥିବା ଭାରତୀୟ ଜଳବାୟୁ ବିଭାଗର ଅବସ୍ଥାପିତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ସକ୍ରିୟ ହୋଇଛି ଏବଂ ଆସନ୍ତା ୭୨ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଏହା ସକ୍ରିୟ ହେବ। ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ଏବଂ ପରେ ଅବଷ୍ଟିଟ ଅଞ୍ଚଳକୁ ପରିବ୍ୟାପ୍ତ ହେବ। ଶୁକ୍ରବାର ମୌସୁମୀ ବାୟୁ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡରେ ପ୍ରବଳ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

ଇତି ମଧ୍ୟରେ ମୌସୁମୀ ବାୟୁ ମାଲକାନଗିରି, କୋରାପୁଟ, ରାୟଗଡା, ଢେଙ୍କାନାଳ, ମୟୁରଭଞ୍ଜ ଜିଲ୍ଲାରେ ସମ୍ପୂର୍ଣ୍ଣ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଂଶକୁ ଗତି କରିଛି। ଏବେ ପାଣିପାଗ ଅନୁକୂଳ ଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ପ୍ରଭାବ ରାଜ୍ୟର ବଳକା ଜିଲ୍ଲାଗୁଡିକରେ ଅନୁଭୂତ ହେବାନେଇ ଭାରତୀୟ ଜଳବାୟୁ ବିଭାଗ କହିଛି। ସାଧାରଣତଃ ମୌସୁମୀ ବାୟୁ ଜୁନ ୧୦ ସୁଦ୍ଧା ଓଡ଼ିଶାରେ ପହଞ୍ଚିବା କଥା କିନ୍ତୁ ଏବେ ଏହା ୧୦ଦିନ ବିଳମ୍ବରେ ପହଞ୍ଚିଛି।

- Advertisement -

ତେବେ ବଙ୍ଗୋପସାଗରର ଉତ୍ତରପୂର୍ବ ଦିଗରେ ସୃଷ୍ଟ ଲଘୁଚାପ ବାଂଲାଦେଶ ଓ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ତିତ ରହିଛି। ଉଭୟ ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେଓଗଡ଼, ଭଦ୍ରକ, ଝାରସୁଗୁଡା, ବରଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ଗଂଜାମ, ପୁରୀ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୨ଟି ଜିଲ୍ଲାରେ ବଜ୍ରପାତ ଆଶଙ୍କା ଥିବା ଆଇଏମଡି କହିଛି। ସେଗୁଡିକ ହେଉଛି ସୁନ୍ଦରଗଡ଼, ମୟୁରଭଞ୍ଜ, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡା, ଝାରସୁଗୁଡା, କେନ୍ଦୁଝର, ନୟାଗଡ଼, କନ୍ଧମାଳ ଏବଂ ଗଂଜାମ ଜିଲ୍ଲା।

ଲଘୁଚାପ ପ୍ରଭାବରେ ଘଂଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଆସନ୍ତାକାଲି ଶନିବାର ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ନୂଆପଡା, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, ବୌଦ୍ଧ, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories