www.samajalive.in
Saturday, December 6, 2025
19.1 C
Bhubaneswar

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ରାଜ୍ୟସଭା ପ୍ରାର୍ଥୀ ଭାବେ ଅମର ପଟ୍ଟନାୟକ, ସସ୍ମିତ ପାତ୍ରଙ୍କ ନାମ ଘୋଷଣା କରାଯାଇଛି। ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟଥିଲା ବେଳେ ସସ୍ମିତ ପାତ୍ର ବିଜେଡି ମୁଖପାତ୍ର ଅଛନ୍ତି। ଏହାସହ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିଛି। ପୂର୍ବତନ ଆଇଏଏସ୍‍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଅଟ୍ଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ବିଜେପି ଓ ବିଜେଡି ଉଭୟ ଅଶ୍ୱିନୀଙ୍କୁ ନିଜ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ଦ୍ବନ୍ଦ୍ବ ଆରମ୍ଭ ହୋଇଥିଲା । ପରେ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଅଶ୍ୱିନୀ ହେଉଛନ୍ତି ବିଜେପି ପ୍ରାର୍ଥୀ । ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ସହ କଥା ହେବା ପରେ ସେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି ।
ପ୍ରକାଶ ଯେ ରାଜ୍ୟସଭାରେ ଓଡ଼ିଶାର ୪ଟି ଆସନ ଖାଲିପଡ଼ିଛି। ତେବେ ୩ଟି ଆସନରେ ଉପନିର୍ବାଚନ ପାଇଁ ଜୁନ ୧୮ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ସେହିଦିନଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ଦାଖଲ ପାଇଁ ଜୁନ୍‍ ୨୫ ଶେଷ ତାରିଖ ଅଛି। ସଂଖ୍ୟା ଦୃଷ୍ଟିରୁ ୩ଟି ଯାକଁ ଆସନ ବିଜେଡିକୁ ମିଳିବାର ଥିଲା। ଏବେ ବିଜେଡି ସମର୍ଥନରେ ଗୋଟିଏ ଆସନରେ ବିଜେପି ଖାତାକୁ ଯିବ । ତେବେ ଆବଶ୍ୟକ ପଡ଼ିଲେ ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ।

ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ କେଶରୀ ଦେବ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରଠାରୁ ଏହି ପଦ ଖାଲି ପଡ଼ିଛି। ଇସ୍ତଫା ପ୍ରଦାନ କରିଥିବା ସଦସ୍ୟମାନଙ୍କ ମଧ୍ୟରେ ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ସୌମ୍ୟରଂଜନ ଓ ପ୍ରତାପ କେଶରୀ ଦେବ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories