www.samajalive.in
Friday, December 12, 2025
16.1 C
Bhubaneswar

ଇଂଲଣ୍ଡ-ଶ୍ରୀଲଙ୍କା ମୁକାବିଲା ଆଜି

ଲିଡ୍‌ସ : ଚଳିତ ବିଶ୍ବକପ୍‌ରେ ଶୁକ୍ରବାର ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଇଂଲଣ୍ଡ ବୋଧହୁଏ ପ୍ରଥମ ଦଳ ଭାବେ ସେମିଫାଇନାଲ ଖେଳିବା ନିଶ୍ଚିତ କରିବ। ଇଂଲଣ୍ଡ ଅଦ୍ୟାବଧି ୫ଟି ମ୍ୟାଚ୍‌ରୁ ୪ଟି ମ୍ୟାଚ୍ ଜିତି ୮ ପଏଣ୍ଟ ପାଇଛି। ଅନ୍ୟପକ୍ଷ୍ୟରେ ଶ୍ରୀଲଙ୍କା ଦଳ ପଥରେ ବାଧକ ସାଜିଛି ବର୍ଷା। ଏହାର ୫ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। କେବଳ ଦୁର୍ବଳ ଆଫ୍‌ଗାନିସ୍ତାନ ବିରୋଧରେ ଶ୍ରୀଲଙ୍କା ବିଜୟୀ ହୋଇଛି। ଆଫ୍‌ଗାନିସ୍ତାନ ବିପକ୍ଷରେ ଏକାଧିକ ରେକର୍ଡ ସ୍ଥାପନକରି ୧୫୦ ରନ୍‌ ବ୍ୟବଧାନରେ ଜିତି ଇଂଲଣ୍ଡ ଏହି ମ୍ୟାଚ୍ ଖେଳିବା ପାଇଁ ଏଠାରେ ପହଞ୍ଚିଛି। ଭାରତ ପରେ ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡ ହେଉଛି ସବୁଠାରୁ ପ୍ରଭାବଶାଳୀ ପ୍ରଦର୍ଶନକାରୀ ଦଳ। ସମସ୍ତ ମ୍ୟାଚ୍‌ରେ ଏହା ବିସ୍ଫୋରକ ବ୍ୟାଟିଂକରିଛି। ତେଣୁ ଶୁକ୍ରବାର ଶ୍ରୀଲଙ୍କାର ବୋଲରଙ୍କୁ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍ ଦୟା ଦେଖାଇବା ସମ୍ଭାବନା ବହୁତ କମ୍।
ଘରୋଇ ଇଂଲଣ୍ଡ ଏହି ମ୍ୟାଚ୍‌ରେ ଗୋଟିଏ ପରିବର୍ତ୍ତନ କରିପାରେ। ଯଦି ପାଗ ମେଘୁଆ ରହେ; ତେବେ ଅଫ୍‌ସ୍ପିନର ମୋଇନ୍ ଅଲୀଙ୍କ ସ୍ଥାନରେ ପେସ୍ ବୋଲର ଲିଆମ୍ ପ୍ଲଙ୍କେଟ୍ ଖେଳିପାରନ୍ତି। ଜେସନ୍ ରୟ ଫିଟ୍‌ ହୋଇନଥିବାରୁ ଏହି ମ୍ୟାଚ୍‌ରେ ଜେମ୍‌ସ ଭିନ୍‌ସ ଇନିଂସ ଓପନ୍ କରିବେ। ଇଂଲଣ୍ଡ ଅଦ୍ୟାବଧି ୫ଟିଯାକ ମ୍ୟାଚ୍‌ରେ ବ୍ୟାଟିଂ ଶକ୍ତି ପ୍ରଦର୍ଶନ କରିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହା ପ୍ରଥମେ ଫିଲ୍‌ଡିଂ କରିଥିବା ବେଳେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଏକତରଫା ବିଜୟ ହାସଲ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ୪ଟି ଅର୍ଦ୍ଧଶତକ ବଳରେ ୩ ଶହରୁ ଅଧିକ ରନ୍ ସ୍କୋର୍‌କରି ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ଇଂଲଣ୍ଡ। ୨ୟ ମ୍ୟାଚ୍‌ରେ ପାକିସ୍ତାନ ୩୪୮ ରନ୍ କରିଥିଲା। ପରେ ଜୋ ରୁଟ୍ ଓ ଜୋସ୍ ବଟ୍‌ଲର ଶତକ ମାରିଥିଲେ ହେଁ ଇଂଲଣ୍ଡ ୧୪ ରନ୍ ପଛରେ ରହି ଯାଇଥିଲା। ୩ୟ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଜେସନ୍ ରୟ ଶତକ ଏବଂ ଜନି ବେୟାରଷ୍ଟୋ ଓ ଜୋସ୍ ବଟ୍‌ଲର ଅର୍ଦ୍ଧଶତକ ମାରିଥିଲେ। ୪ର୍ଥ ମ୍ୟାଚ୍‌ରେ ଜୋ ରୁଟ୍ ଶତକ ମାରିଥିଲେ ଏବଂ ଜନି ବେୟାରଷ୍ଟୋ ମଧ୍ୟ ଭଲ ଇନିଂସ ଖେଳିଥିଲେ। ଆଫ୍‌ଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ୩୯୮ ରନ୍ କରିଥିଲା। ଇଓନ୍ ମୋର୍ଗାନ୍ ଶତକ ଏବଂ ଜନି ବେୟାରଷ୍ଟୋ ଓ ଜୋ ରୁଟ୍ ଅର୍ଦ୍ଧଶତକ ମାରିଥିଲେ। ଦଳର ସମସ୍ତ ବ୍ୟାଟ୍‌ସମ୍ୟାନ୍ ଫର୍ମରେ ଅଛନ୍ତି।
ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟ ଭୋଗି ମାତ୍ର ୧୩୬ ରନ୍‌ରେ ଅଲ୍‌ଆଉଟ ହୋଇ ୧୦ ୱିକେଟରେ ପରାସ୍ତ ହୋଇଥିଲା। ୨ୟ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଜିତିବା ଲାଗି ଶ୍ରୀଲଙ୍କାକୁ ନାକେଦମ୍ ହେବାକୁ ପଡ଼ିଥିଲା। ଓପ୍‌ନର କୁଶଳ ପରେରା ୭୮ ରନ୍‌ର ଇନିଂସ ଖେଳିଥିଲେ ହେଁ ଶ୍ରୀଲଙ୍କା ମାତ୍ର ୨୦୧ ରନ୍‌ରେ ଅଲ୍ଆଉଟ ହୋଇଥିଲା। ବର୍ଷା ଯୋଗୁଁ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ମ୍ୟାଚ୍ ବାତିଲ ହୋଇଥିଲା। ୫ମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ସହଜରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା। ଆରୋନ୍ ଫିଞ୍ଚ୍ ଶତକ ମାରିଥିବା ବେଳ ମିଚେଲ ଷ୍ଟାର୍କ ୪ଟି ୱିକେଟ ନେଇଥିଲେ। ଏବେ ପୁଣି ଏକ ଶକ୍ତିଶାଳୀ ଦଳ ଇଂଲଣ୍ଡର ମୁକାବିଲା କରିବାକୁ ଯାଉଛି ଶ୍ରୀଲଙ୍କା। ଏହି ଦଳକୁ ପରାସ୍ତ କରିବାକୁ ହେଲେ ଶ୍ରୀଲଙ୍କାକୁ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ପୁଣି ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories