www.samajalive.in
Monday, December 8, 2025
27.1 C
Bhubaneswar

ଯୋଗ ଦ୍ବାରା ଆସିବ ଶାନ୍ତି-ସମୃଦ୍ଧି ଓ ସଦଭାବ : ପ୍ରଧାନମନ୍ତ୍ରୀ ମୋଦୀ

ରାଞ୍ଚି : ଆଜି (ଶୁକ୍ରବାର) ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ବିଶ୍ୱର ୧୭୦ଟି ଦେଶରେ ଆଜି ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଜଧାନୀ ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ପ୍ରାୟ ୪୦ ହଜାର ଲୋକଙ୍କ ଗହଣରେ ଯୋଗ କରୁଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଇଁ ସମଗ୍ର ବିଶ୍ବକୁ ଅଭିନନ୍ଦନ ଜଣାଇଛନ୍ତି। ଯୋଗ ଆରମ୍ଭ ହେବା ପୂର୍ବରୁ ସମବେତ ଯୋଗ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ଦ୍ବାରା ସମାଜରେ ଶାନ୍ତି-ସମୃଦ୍ଧି ଓ ସଦଭାବ ବିରାଜମାନ କରି ପାରିବ। ଯୋଗ ଆମ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ଭାବେ ସର୍ବବିଦିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୋଗ ସମସ୍ତଙ୍କର ପାଇଁ ଉଦ୍ଦିଷ୍ଟ ଏବଂ ଯୋଗ କରିବା ପାଇଁ କେବଳ ଆଗ୍ରହର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି। କାରଣ ଯେ କେହି ମଧ୍ୟ ଯୋଗ କରିପାରିବେ। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ। ମଣିଷର ସୃଜନଶୀଳତାକୁ ଯୋଗ ଅଧିକ କ୍ରିୟାଶୀଳ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ହୃଦୟକୁ ସୁସ୍ଥ ରଖିବା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

- Advertisement -

ଏହି ଜାତୀୟ ଯୋଗ କାର୍ଯ୍ୟକ୍ରମରେ ଝାଡଖଣ୍ଡର  ରାଜ୍ୟପାଳ ଦୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ରଘୁବର ଦାସ, କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୁ ନାଏକ ଓ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories