www.samajalive.in
Saturday, December 6, 2025
26.1 C
Bhubaneswar

ଯୋଗମୁଦ୍ରାରେ ସାରା ଦେଶ; ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ: ଯୋଗ ଶରୀର ଓ ମନକୁ ସୁସ୍ଥ ଏବଂ ଫୂର୍ତ୍ତି ରଖେ। ବିଭିନ୍ନ ରୋଗ ସହିତ ଲଢ଼ିବାକୁ ଶକ୍ତି ଯୋଗାଏ। ମଣିଷର ସୃଜନଶୀଳତାର ବିକାଶରେ ସହାୟକ ହୋଇଥାଏ। ସମସ୍ତଙ୍କ ପାଇଁ ଯୋଗ ଏବଂ ଯୋଗ ପାଇଁ ସମସ୍ତେ। ଏହି ବାର୍ତ୍ତା ନେଇ ବିଶ୍ଵବ୍ୟାପୀ ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରାଯାଇଆସୁଛି। ଶୁକ୍ରବାର ଏହି ଅବସରରେ ସାରା ଦେଶ ଯୋଗମୁଦ୍ରାରେ ରହିଛି। ଦେଶବ୍ୟାପୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ, ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନ ପକ୍ଷରୁ ଯୋଗ ଦିବସ ପାଳନ କରାଯାଉଛି। ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଓ ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇଛନ୍ତି।

Image courtesy: Timesnow

ରୋହତଙ୍ଗ ପାସ୍‌ ନିକଟରେ ୧୪ ହଜାର ଫୁଟ ଉଚ୍ଚ ବରଫାବୃତ୍ତ ପାହାଡ଼ ଉପରେ ବିଯୁକ୍ତ(-) ୧୦ ଡିଗ୍ରୀ ସେଲସିୟସରେ ଲୋକମାନେ ଯୋଗ କରି ଏହି ଦିବସକୁ ପାଳନ କରିଛନ୍ତି।

- Advertisement -
Image courtesy: Timesnow

ସେହିପରି ଆଇଟିବିପି ଯବାନମାନେ ଉତ୍ତର ଲଦାଖର ୧୮ ହଜାର ଫୁଟ ଉଚ୍ଚ ପାହାଡ଼ ଉପରେ ବିଯୁକ୍ତ(-) ୨୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଯୋଗ କରିଛନ୍ତି।

Image courtesy: Timesnow

ଏହାବ୍ୟତୀତ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ସଂସଦର ଅନ୍ୟ କର୍ମଚାରୀମାନେ ଯୋଗ କରିଛନ୍ତି।

Image courtesy: Timesnow

ନୂଆଦିଲ୍ଲୀସ୍ଥିତ ଫ୍ରାନ୍ସ ଦୂତାବାସରେ ମଧ୍ୟ ଯୋଗ ଦିବସ ଆୟୋଜନ କରାଯାଇଛି।

Image courtesy: Timesnow

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନୂଆଦିଲ୍ଲୀଠାରେ ଯୋଗମୁଦ୍ରାରେ ଦେଖିବାକୁ ମିଳିଛି।

Image courtesy: TimesNow

ସେହିପରି ଡିଆରଡିଓ ମୁଖ୍ୟ ଡ. ଜି ସତୀଶ ରେଡ୍ଡୀ ମଧ୍ୟରେ ଡିଆରଡିଓଠାରେ ଯୋଗ କରିଥିବା ଦେଖିବାକୁ ମିଳିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories