www.samajalive.in
Sunday, December 7, 2025
26.1 C
Bhubaneswar

କୁଲୁ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୪ ଛୁଇଁଲା, ନୂଆ ଥିଲେ ବସ ଚାଳକ

କୁଲୁ: ହିମାଚଳ ପ୍ରଦେଶର କୁଲୁ ଜିଲା ଅନ୍ତର୍ଗତ ବଞ୍ଜାର ଅଞ୍ଚଳରେ ଗୁରୁବାର ଘଟିଥିବା ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୪ରେ ପହଞ୍ଚିଛି। ଏହା ସହିତ ଆହୁରି ୩୧ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଚଳାଉଥିବା ଡ୍ରାଇଭରଙ୍କର ଏହା ଥିଲା ପ୍ରଥମ ଦିନ। ବସ୍‌ ଚାଳନା ଶିଖିବା ପରେ ସେ ଗୁରୁବାର ପ୍ରଥମ କରି ଏକ ବସରେ ଯାତ୍ରୀ ପରିବହନ କରୁଥିଲେ। କିନ୍ତୁ ବସ୍‌ରେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ବସ୍‌ଟି ୫୦୦ ଫୁଟ ତଳକୁ ଏକ ଖାଇକୁ ଖସିପଡ଼ିଥିଲା। ଘଟଣା ସ୍ଥଳରେ ୩୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହସ୍ପିଟାଲରେ ୫ ଜଣ ଆଖି ବୁଜିଥିଲେ। ବସ୍‌ରେ ୪୨ଟି ସିଟ୍‌ ଥିବାବେଳେ ସେଥିରେ ୭୫ରୁ ଅଧିକ ଯାତ୍ରୀଙ୍କୁ ନିଆଯାଉଥିଲା। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବସ୍‌ଟି ଖାଇକୁ ଖସିବା ପୂର୍ବରୁ ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ିଥିବା ଜଣାପଡ଼ିଛି।

ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘଟଣା ପାଇଁ ଦୁଃଖପ୍ରକାଶ କରିବା ସହିତ ପୀଡ଼ିତଙ୍କୁ ସହାୟତା କରିବା  ଲାଗି ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଛନ୍ତି। ସେହିପରି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାର କାରଣ ଜାଣିବା ଲାଗି ମୁଖ୍ୟମନ୍ତ୍ରୀ ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories