www.samajalive.in
Thursday, December 11, 2025
18.1 C
Bhubaneswar

ପାକିସ୍ତାନକୁ ସର୍ତ୍ତମୂଳକ ଋଣ ଦେବା ପାଇଁ ଆଇଏମଏଫକୁ ଆମେରିକାର ପରାମର୍ଶ

ୱାଶିଂଟନ : ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନକୁ ସର୍ତ୍ତମୂଳକ ଋଣ ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)କୁ ଆମେରିକା ପରାମର୍ଶ ଦେଇଛି। ଆଇଏମଏଫ ପାକିସ୍ତାନକୁ ଆର୍ଥିକ ସହଯୋଗ ପ୍ୟାକେଜ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପରେ ଆମେରିକା ଏହି ପରାମର୍ଶ ଦେଇଛି।
ଆମେରିକା ବିଦେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଇଏମଏଫଠାରୁ ଅର୍ଥ ନେଇ ପାକିସ୍ତାନ ଚୀନଠାରୁ ଆଣିଥିବା ଋଣ ପରିଶୋଧ କରିପାରେ ଓ ଏହା ଚିନ୍ତାଜନକ ବିଷୟ। ପାକିସ୍ତାନ ଗତ ମାସ ୬ ଶହ କୋଟି ଡଲାର ଆର୍ଥିକ ସହଯୋଗ ପ୍ୟାକେଜ ପାଇଁ ଆଇଏମଏଫ ସହ ଏକ ବୁଝାମଣା କରିଛି। ପାକିସ୍ତାନ ଏହି ଅର୍ଥରେ ନିଜ ଆର୍ଥିକ ସଂକଟ ଦୂର କରିବା ସହ ମାନ୍ଦାବସ୍ଥାରେ ଚାଲୁଥିବା ନିଜ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବାକୁ ଚାହୁଁଛି। ଆମେରିକା ବିଦେଶ ବିଭାଗର ବରିଷ୍ଠ ଅଧିକାରୀ (ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର) ଏସିଲ ଜି ୱେଲ୍ସ କହିଛନ୍ତି ଯେ ସର୍ତ୍ତମୂଳକ ସହଯୋଗ ପାଇଁ ଆଲୋଚନା ହୋଇଛି। ପାକିସ୍ତାନ ପାଇଁ ସର୍ତ୍ତମୂଳକ ଆର୍ଥିକ ସହଯୋଗ ପ୍ୟାକେଜ ଉପଯୋଗୀ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି।
ପ୍ରକାଶ ଯେ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ଯୋଗୁଁ ପାକିସ୍ତାନ ଉପରେ ମିଳିତ ଜାତିସଂଘର ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ) ପ୍ରକ୍ଷରୁ ମଧ୍ୟମ ଧରଣର ପ୍ରତିବନ୍ଧକ ଲଗାଯାଇଛି। ଏହି ପ୍ରତିବନ୍ଧକ ଯୋଗୁଁ ପାକିସ୍ତାନରେ ନିବେଶ ହ୍ରାସ ପାଇଛି। ଭାରତ ଓ ଅନ୍ୟ ପଡୋଶୀ ଦେଶଙ୍କ ସହ ଖରାପ ସମ୍ପର୍କ ଯୋଗୁଁ ପାକିସ୍ତାନର ରପ୍ତାନୀ ହ୍ରାସ ପାଇବାରେ ଲାଗିଛି। ଚୀନଠାରୁ ବିଭିନ୍ନ ପର୍ଯ୍ୟାୟରେ ଋଣ ନେଇ ପାକିସ୍ତାନ ଚଳୁଛି। ଏଭଳି କ୍ଷେତ୍ରରେ ଆଇଏମଏଫ ଋଣକୁ ପାକିସ୍ତାନ ସଠିକରେ ବିନିଯୋଗ କରିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories