www.samajalive.in
Monday, December 8, 2025
27.1 C
Bhubaneswar

ତୁଷୁରା ସହର ମୁଖ୍ୟ ରାସ୍ତାରେ ବିରାଟ ଗର୍ତ୍ତ-ମରାମତି ପାଇଁ ଦାବି  

ତୁଷୁରା : ତୁଷୁରା–ଗୁଡ଼ଭେଲା ମୁଖ୍ୟ ରାସ୍ତାରେ ୫ ଫୁଟର ହୋଇଥିବା ଏକ ବିରାଟ ଗର୍ତ୍ତକୁ ଶୀଘ୍ର ମରାମତି କରିବା ପାଇଁ ଜନସାଧାରଣରେ ଦାବୀ ହୋଇଛି। ଷ୍ଟେଟ ବ୍ୟାଙ୍କ ରାସ୍ତାର ପେଟ୍ରୋଲ ପମ୍ପ ପାଖରେ ୫ ଫୁଟ ଚଉଡ଼ା ବିଶିଷ୍ଠ ଏକ ବିରାଟ ଗର୍ତ୍ତ ହୋଇଛି। ଏହି ପିଡବ୍ଳ୍ୟୁଡି ପିଚୁ ରାସ୍ତାଟି ତୁଷୁରା -ଗୁଡ଼ଭେଲା-କଲାହାଣ୍ଡିକୁ ଯିବାର ମୁଖ୍ୟ ଏବଂ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତା ଦେଇ ଦୈନିକ ଶହ ଶହ ଯାନବାହାନ ଓ ଭାରି ଯାନ ଯାତାୟାତ କରୁଛି। ଅନ୍ୟପକ୍ଷରେ ଏହି ରାଜ୍ୟ ରାଜପଥରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ,ପେଟ୍ରୋଲ ପମ୍ପ ତଥା ଗୁଡ଼ଭେଲା ବ୍ଳକ ସଦର ମହକୁମାକୁ ଯିବାର ଏକ ମାତ୍ର ରାସ୍ତା ଏବଂ ଏହି ରାସ୍ତା ଦେଇ କଲାହାଣ୍ଡି ବୌଦ୍ଧକୁ ମଧ୍ୟ ସଂଯୋଗ କରୁଥିବାରୁ ପ୍ରତିଦିନ ଶହ ଶହ ଗାଡ଼ି ମଟର ଯାତାୟାତ କରୁଛି। ବଲାଙ୍ଗିରରେ ଦିନ ବେଳା ନୋଏଣ୍ଟ୍ରି ଲାଗି ଥିବାରୁ କଲାହାଣ୍ଡି ତଥା ବୌଦ୍ଧ ଦେଇ ଆସୁଥିବା ପ୍ରାୟ ସମସ୍ତ ଭାରି ଯାନ ଏହି ରାସ୍ତା ଦେଇ ସମ୍ବଲପୁର,ସୋନପୁର ଆଦିକୁ ଯାଇଥାନ୍ତି । ଏହି ଗର୍ତ୍ତରେ ପିଚୁ ଧୋଇ ଗେଟି ବାହାରି ପଡ଼ି ପାଣି ଜମିବା ଫଳରେ ଯାନବାହାନ ଯାତାୟାତରେ ମଧ୍ୟ ବହୁ ସମସ୍ୟା ଦେଖା ଦେଉଛି। ଏହି ଗର୍ତ୍ତ ଯୋଗୁଁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣାରେ ବାଇକ ଓ ସାଇକେଲ ଯାତ୍ରୀ ପଡ଼ି ଆହତ ହେଉଛନ୍ତି । ଏହି ରାସ୍ତାକୁ କିଛି ମାସ ପୂର୍ବରୁ ମରାମତି କରାଯାଇଥିଲା । କିନ୍ତୁ ମୌସୁମୀ ପୂର୍ବ ବର୍ଷାରେ ରାସ୍ତାଟି ଧୋଇ ଖାଲ ସୃଷ୍ଟି ହୋଇଯାଇଛି। ବିଭାଗୀୟ ଅଧିକାରୀ ତୁରନ୍ତ ଏହି ରାସ୍ତାରେ ଥିବା ଗର୍ତ୍ତ ପ୍ରତି ଦୃଷ୍ଟି ଦେଇ ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories