www.samajalive.in
Monday, December 8, 2025
24.1 C
Bhubaneswar

୭ ବର୍ଷରେ ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୩୮% ବଢିଛି

ୱାଶିଂଟନ : ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୨୦୧୦ରୁ ୨୦୧୭ ମଧ୍ୟରେ ୩୮% ବୃଦ୍ଧି ପାଇଛି।
ଦକ୍ଷିଣ ଏସିଆ ଆମେରିକୀୟ ସମୂହ ଅଗ୍ରଗତି (ସାଉଥ ଏସିଆନ ଆମେରିକାନ ଲିଡିଂ ଟୁଗେଦର) ରିପୋର୍ଟ ଅନୁସାରେ ଆମେରିକାରେ ୬ ଲକ୍ଷ ୩୦ ହଜାର ଭରତୀୟ ବେଆଇନ ଭାବେ ରହୁଛନ୍ତି। ଏହି ସମସ୍ତ ଭାରତୀୟଙ୍କ ଭିସା ଅବଧି ଶେଷ ହୋଇ ସାରିଛି। ୨୦୧୦ ପରେ ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କ ସଂଖ୍ୟାରେ ୭୮% ବୃଦ୍ଧି ଘଟିଛି। ତେବେ ଦକ୍ଷିଣ ଏସିଆର ପ୍ରାୟ ୫୦ ଲକ୍ଷ ଲୋକ ବୈଧ ଭାବେ ଆମେରିକାରେ ବାସ କରୁଛନ୍ତି। ୨୦୧୦-୨୦୧୭ ମଧ୍ୟରେ ଆମେରିକାରେ ନେପାଳିଙ୍କ ସଂକ୍ୟଶରେ ସର୍ବାଧିକ ୨୦୬.୬% ବୃଦ୍ଧି ଘଟିଛି। ସେହିପରି ଏହି ସମୟ ମଧ୍ୟରେ ଆମେରିକାରେ ଭୁଟାନୀଙ୍କ ସଂଖ୍ୟଶ ୩୮%, ପାକିସ୍ତାନୀଙ୍କ ସଂଖ୍ୟା ୩୩%, ବାଂଲାଦେଶୀଙ୍କ ସଂଖ୍ୟଶ ୨୬% ଏବଂ ଶ୍ରୀଲଙ୍କା ଲୋକଙ୍କ ସଂଖ୍ୟା ୧୫% ବୃଦ୍ଧି ପାଇଛି। ବର୍ତ୍ତମାନର ଜନଗଣନା ସର୍ବେକ୍ଷଣ ଅନୁସାରେ ୨୦୧୬ରେ ଆମେରିକା ନିର୍ବାଚନରେ ଏସିଆ ଦେଶର ୪୯.୯% ଲୋକ ମତଦାନ କରିଥିଲେ। ୨୦୦୧ରେ ଆମେରିକାରେ ଦକ୍ଷିଣ ଏସୀୟ ଭୋଟରଙ୍କ ସଂଖ୍ୟା ୨୦ ଲକ୍ଷ ଥିବାବେଳେ ୨୦୧୬ରେ ଏହା ବୃଦ୍ଧି ପାଇ ୫୦ ଲକ୍ଷରେ ପହଞ୍ଚିଛି। ଏହା ମଧ୍ୟରେ କେବଳ ୧୫ ଲକ୍ଷ ଭୋଟର ହେଉଛନ୍ତି ଭାରତୀୟ। ଆମେରିକାରେ ପାକିସ୍ତାନୀ ବଂଶୋଭବ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୨୫୨ ଓ ବାଂଲାଦେଶୀ ଭୋଟରଙ୍କ ସଂଖ୍ୟା ୬୯,୮୨୫ ରହିଛି। ରିପୋର୍ଟ ଅନୁସାରେ ଆମେରିକାରେ ରହୁଥିବା ଦକ୍ଷିଣ ଏସୀୟ ଦେଶଗୁଡ଼ିକର ୧୦% ଲୋକ (୪,୭୨୦୦୦) ବହୁତ ଗରିବ ଅଟନ୍ତି। ଏଭଳି ଲୋକଙ୍କ ମଧ୍ୟରେ ୧୫.୮% ପାକିସ୍ତାନୀ, ୨୩.୯% ନେପାଳୀ, ୨୪.୨% ବାଂଲାଦେଶୀ ଏବଂ ୩୩.୩% ଭୁଟାନୀ ହେଉଛନ୍ତି ବହୁ ଗରିବ। ବାଂଲାଦେଶ ଏବଂ ନେପାଳ ଲୋକ ଆମେରିକାରେ ସବୁଠୁ ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories