www.samajalive.in
Tuesday, December 9, 2025
16.1 C
Bhubaneswar

ସଡକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

ପିପିଲି :ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସାତଶଙ୍ଖ ନିକଟରେ ଥିବା ଏକ କେନାଲ ବ୍ରିଜ୍‍ରେ ପିଟି ହୋଇ ଦୁଇଜଣ ବାଇକ ଆରୋହୀ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ପିପିଲି ଥାନା ଅନ୍ତର୍ଗତ ଡାହାଙ୍ଗିରିଆ ନିକଟ ଯାଜପୁର ଗ୍ରାମର ଗୋରା ଖାଁ (୧୯) ଓ ମୀର ଜାହିଦ(୧୮) ।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ, ଉଭୟ ଯୁବକ ଏକ ବାଇକ୍‍ରେ ପୁରୀ ଅଭିମୁଖେ ଯାଉଥିବା ବେଳେ ମଧ୍ୟାହ୍ନ ସାଢେ ଗୋଟାଏ ସମୟରେ ସାତଶଙ୍ଖ ଫାଣ୍ଡି ନିକଟରେ ଥିବା କେନାଲ ବ୍ରିଜ୍‍ରେ ବାଇକ୍‍ଟି ପିଟି ହୋଇଯାଇଥିଲା। କୌଣସି କାରଣରୁ ଭାରସାମ୍ୟ ହରାଇ ବାଇକ୍‍ଟି କେନାଲ ବ୍ରିଜ୍‍ରେ ପିଟି ହେବା ପରେ ଉଭୟ ଯୁବକ ବାଇକ୍‍ରୁ ଛିଟିକି ଯାଇ ରାସ୍ତା ଉପରେ ପଡିଥିଲେ। ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ଉଭୟଙ୍କୁ ପିପିଲି ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାଟି ଯାଜପୁର ଗ୍ରାମ ସମେତ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‍ ସମେତ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories