www.samajalive.in
Sunday, December 14, 2025
23.1 C
Bhubaneswar

ନାବାଳକ ପୀଡ଼ିତଙ୍କୁ ମିଳିବ ନ୍ୟାୟ

ନୂଆଦିଲ୍ଲୀ: ନାବାଳିକା ବଳାତ୍କାରୀଙ୍କୁ ଦଣ୍ଡବିଧାନ ପାଇଁ ପୋକ୍‍ସୋ ଆଇନ୍‍ରେ ବ୍ୟବସ୍ଥା ରହିଛି। କିନ୍ତୁ ନିର୍ଯାତିତ ନାବାଳକ ବା ପୀଡ଼ିତଙ୍କୁ ନ୍ୟାୟ ଦେବା ପାଇଁ ଆଇନରେ ସେଭଳି କୌଣସି ବ୍ୟବସ୍ଥା ନଥିବାରୁ ଅଭିଯୁକ୍ତମାନେ ଖସି ଯାଉଛନ୍ତି। ତେଣୁ ପୋକ୍‍ସୋ ଆଇନ୍‍ରେ ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ୧୨ବର୍ଷରୁ କମ୍‍ ଶିଶୁ କନ୍ୟାଙ୍କୁ ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। କେନ୍ଦ୍ର ସରକାର ଏଥିରେ ଆଉ ଏକ ସଂଶୋଧନ ଆଣିବେ। ପୋକ୍‍ସୋ ଆଇନ୍‍ରୁ ଲିଙ୍ଗଗତ ବିଭେଦ ଦୂର କରି ସମସ୍ତଙ୍କ ପାଇଁ ସମାନ ଆଇନ୍‍ ଅଣାଯିବ ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ ନାବାଳକ ଉତ୍ପୀଡ଼ନ ଓ ନିର୍ଯାତନା ହାର ବୃଦ୍ଧି ପାଉଥିବା ବେଳେ ଆଇନ୍‍ ଅଭାବରୁ ଦୋଷୀମାନେ ଖସି ଯାଉଛନ୍ତି। ଅପରପକ୍ଷରେ ପୀଡ଼ିତମାନେ ସାରା ଜୀବନ ମାନସିକ ଅଶାନ୍ତି ଓ ଦହଗଞ୍ଜ ମଧ୍ୟରେ ରହୁଛନ୍ତି। ତେଣୁ ଏ ଦିଗରେ ଦୃଷ୍ଟି ଦେବାକୁ ୨୦୧୭ ସେପ୍ଟେମ୍ବର ମାସରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଚିଠି ଲେଖିଥିଲେ। ନାବାଳକ ବଳାତ୍କାରୀଙ୍କୁ ଦଣ୍ଡବିଧାନ ଓ ପୀଡ଼ିତଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପାଇଁ ଆଇନ୍‍ରେ ଆବଶ୍ୟକ ସଂଶୋଧନ ଆଣିବା ସଂକ୍ରାନ୍ତରେ ଗତ ନଭେମ୍ବର ମାସରେ ଅନୁଷ୍ଠିତ ଆୟୋଗର ବୈଠକରେ ମତ ପ୍ରକାଶ ପାଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories