www.samajalive.in
Saturday, December 13, 2025
15.1 C
Bhubaneswar

ସେବକଙ୍କୁ ଗୁରୁଦାୟିତ୍ୱ

ପୁରୀ: ସ୍ନାନମଣ୍ଡପରେ ହାତୀବେଶର ସୁରକ୍ଷା ମନ୍ଦିର ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭକ୍ତମାନେ ଯେପରି ଅବାଧରେ ଦର୍ଶନ କରିବେ ସେଥିପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି। ହାତୀବେଶ ଏବଂ ଟାହିଆ ସୁରକ୍ଷା ଦାୟିତ୍ୱ ଦଇତାପତିଙ୍କୁ ଦିଆଯାଇଛି। ହାତୀବେଶ ଓଲାଗି ସମୟରେ ପୂର୍ବପରି ଯେପରି ବିଶୃଙ୍ଖଳା ନହୁଏ ସେଥିପ୍ରତି ସତର୍କତା ଗ୍ରହଣ କରାଯାଇଛି। ବିଶୃଙ୍ଖଳିତଙ୍କୁ ଚିହ୍ନଟ ପାଇଁ ସ୍ନାନମଣ୍ଡପର ବିଭିନ୍ନ ସ୍ଥାନରେ କ୍ଲୋଜସର୍କିଟ କ୍ୟାମେରା ଲଗାଯାଇଛି। ଅନଧିକୃତ ବ୍ୟକ୍ତିଙ୍କୁ ସ୍ନାନମଣ୍ଡପରୁ ବାହାର କରିବା ପାଇଁ ପୁଲିସକୁ ନିର୍ଦେଶ ଦିଆଯାଇଛି। ବେଶ ସାମଗ୍ରୀ ନେଇ ଯାଉଥିବା ମଠମହନ୍ତ କିମ୍ବା କର୍ମଚାରୀ ଶ୍ରୀବିଗ୍ରହ ମାନଙ୍କୁ ସ୍ପର୍ଶ କରିବେ ନାହିଁ। ବେଶ ସାମଗ୍ରୀ ହସ୍ତାନ୍ତର ପରେ ସେମାନଙ୍କୁ ତଳକୁ ଓହ୍ଲାଇ ଦିଆଯିବ।

ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ନୀତିକାନ୍ତିର ଭିଡ଼ିଓ ରେକର୍ଡିଂ କରାଯିବ। ସାହାଣମେଲା ଦର୍ଶନ ବ୍ୟତୀତ ଅନ୍ୟ ସମୟରେ ଭକ୍ତଙ୍କୁ ସ୍ନାନମଣ୍ଡପ ଉପରକୁ ଛଡାଯିବ ନାହିଁ। ସାହାଣମେଲା ଦର୍ଶନ ଶେଷହେବା ପର୍ୟ୍ୟନ୍ତ ଶ୍ରୀଜୀଉଙ୍କ ଗଜାନନ ବେଶ ଅକ୍ଷତ ଅବସ୍ଥାରେ ରଖାଯିବ। ଦଇତାପତି ନିଯୋଗକୁ ମନ୍ଦିର ପ୍ରଶାସନ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଛି। ଦଇତାପତିଙ୍କୁ ସାହାଯ୍ୟ କରିବା ପାଇଁ ୬ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। କୌଣସି ବ୍ୟକ୍ତି ସ୍ନାନବେଦୀ ପ୍ରଭା ପଛପଟେ ରହି ବେଶ ଭାଙ୍ଗିବା ଉଦ୍ୟମ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାତୀବେଶ ଉଲାଗି ସମୟରେ ମନ୍ଦିର ସୁପରଭାଇଜର ଉପସ୍ଥିତ ରହିବେ। ମନ୍ଦିର ପ୍ରଶାସନ ଅଧିନରେ କାର୍ଯ୍ୟ କରୁଥିବା କୌଣସି ଯାତ୍ରୀ ସହାୟକ ଏବଂ ଜେଟିପି କର୍ମଚାରୀ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିବେ ନାହିଁ। ସ୍ନାନମଣ୍ଡପ ଓ ଆନନ୍ଦବଜାର ବିଜେ ରାସ୍ତାରେ କୌଣସି ଦର୍ଶନାର୍ଥୀ ରହିବେ ନାହିଁ।

- Advertisement -

ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ସ୍ନାନମଣ୍ଡପରେ ଛେରାପହଁରା କରି ଫେରିବା ପରେ ହାତୀବେଶ ଆରମ୍ଭ କରାଯିବ। ଠାକୁରଙ୍କୁ ଦର୍ଶନ ସମୟରେ ପଇସା କିମ୍ବା ଫୁଲ ନଫିଙ୍ଗିବାକୁ ଭକ୍ତଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସ୍ନାନମଣ୍ଡପ ବାଡପାର୍ଶ୍ବରେ ଠିଆହୋଇ ଭକ୍ତଙ୍କୁ ଫୁଲତୁଳସୀ ନବାଣ୍ଟିବାକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। କୌଣସି ସେବକ ଯଦି ସେଥିରେ ବ୍ୟତିକ୍ରମ କରିବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ସେହିପରି ଜଳଲାଗି ଉପରେ ପ୍ରଶାସନ କେତେକ କଟକଣା ଜାରି କରିଛି। ଜଳପୂଜା ପୂର୍ବରୁ ଖମ୍ବଜଗା ପ୍ରତିହାରୀଙ୍କ ଦ୍ବାରା ତଳୁଚ୍ଛ ମହାପାତ୍ରଙ୍କ ଉପସ୍ଥିତିରେ ସ୍ନାନମଣ୍ଡପ ଶୋଧ କରାଯିବ। ପ୍ରଶାସନ ଦେଇଥିବା ସେବକଙ୍କ ତାଲିକା ଦେଖି ପ୍ରତିହାରୀ ସ୍ନାନମଣ୍ଡପ ଉପରକୁ ପାଳିଆ ସେବକଙ୍କୁ ଛାଡିବେ।

ଗରାବଡୁମାନେ ଜଳଛେକ ଆଣିବା ସମୟରେ ପ୍ରତିହାରୀ ସେବକ ଆବଶ୍ୟକ ଶୃଙ୍ଖଳା ରକ୍ଷାକରିବେ। ଗରାବଡୁ ସେବକ ଜଳବିଜେ କରି ସ୍ନାନମଣ୍ଡପ ଉପରେ ରହିବେ। ଜଳଲାଗି ହେବାପରେ ସ୍ନାନମଣ୍ଡପରୁ ଓହ୍ଲାଇ ଯିବାକୁ କୁହାଯାଇଛି। ଜଳବିଜେ ପୂର୍ବରୁ ଅନଧିକୃତ ବ୍ୟକ୍ତିଙ୍କୁ ବାହାର କରାଯିବ। ପଛପଟ କର୍ଡନ ଶକ୍ତିଶାଳୀ କରାଯିବ। ଜଳପୂଜା ବସିବାଠାରୁ ଜଳଲାଗି ଶେଷ ପର୍ଯ୍ୟନ୍ତ ମଣ୍ଡପର ଉଭୟ ପ୍ରବେଶପଥ ବନ୍ଦ କରାଯିବ। ଜଳଲାଗିର ଶୁଦ୍ଧତା ଓ ପବିତ୍ରତା ରକ୍ଷାପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟରେ କୌଣସି ସେବକ ଠାକୁରଙ୍କ ପ୍ରଭା କିମ୍ବା ପଛପାର୍ଶ୍ବ କାନ୍ଥରେ ବସି ପାରିବେ ନାହିଁ। ସ୍ନାନଜଳ ପୂଜା ଏବଂ ଜଳଲାଗି ସମୟରେ ଗରାବଡୁଙ୍କ ବ୍ୟତୀତ ଅନ୍ୟ କୌଣସି ସେବକ ଜଳଗଡୁ ସ୍ପର୍ଶ କରିବେ ନାହିଁ। ରୁପା ପିଙ୍ଗଣରେ ଜଳଲାଗି କରାଯିବ। ଶ୍ରୀମନ୍ଦିର ଅଧିକାରୀ ଏବଂ କର୍ମଚାରୀ ସେଠାରେ ଉପସ୍ଥିତ ରହି ଏହି କାର୍ୟ୍ୟ ତଦାରଖ କରିବେ। ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରୁପା ପିଙ୍ଗଣରେ ପ୍ରଭୁଙ୍କୁ ଜଳଲାଗି କରାଯିବ। ସେଥିରେ ଶୃଙ୍ଖଳା ଆଣିବା ପାଇଁ ଜିଲାପାଳ ଓ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ନାନମଣ୍ଡପ ଉପରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସୁରକ୍ଷା, ଶୃଙ୍ଖଳିତ ଜଳଲାଗି ଏବଂ ହାତୀବେଶର ସୁରକ୍ଷା ପାଇଁ ଦଇତାପତି ନିଯୋଗକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ବିଶୃଙ୍ଖଳିତ ସେବକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରକାଶିତ ବ୍ୟବସ୍ଥାବଳୀରେ ସତର୍କ କରାଇ ଦିଆଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories