www.samajalive.in
Saturday, December 13, 2025
15.1 C
Bhubaneswar

ସ୍ନାନଯାତ୍ରା ପାଇଁ ଟ୍ରାଫିକ କଡ଼ାକଡି

ପୁରୀ: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ପୁଲିସ ପକ୍ଷରୁ କଡ଼ାକଡି କରାଯାଇଛି ଟ୍ରାଫିକ ବ୍ୟବସ୍ଥା। ଯାନବାହାନ ଚଳାଚଳ ବ୍ୟବସ୍ଥାକୁ ୪ଟି ଜୋନ୍‌ରେ ଭାଗ କରାଯାଇଛି। ପୁରୀ ସହରର ୯ଟି ସ୍ଥାନରେ ହାଲୁକାଗାଡି ଗୁଡିକ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଚାରିଚକିଆ ଗାଡି ପାଇଁ ମୋବିଲିଟି ପ୍ଲାନ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ଜୋନ୍‌ ଦାୟିତ୍ୱରେ ଜଣେ ଲେଖାଏ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କଟକ ଏବଂ ଭୁବନେଶ୍ବରରୁ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍‌ ଗୁଡିକ ଅଠରନଳା ଦେଇ ପୌର ବସ୍‌ଷ୍ଟାଣ୍ଡରେ ପହଞ୍ଚିବେ। ସେହି ରାସ୍ତାଦେଇ ଫେରିବା ବ୍ୟବସ୍ଥା କରାଯାଇଛି।

ହାଲୁକା ଗାଡି ଗୁଡିକ ପୁରୀ ସହରର ଜଗନ୍ନାଥ ବଲ୍ଲଭ, ଶରଧାବାଲି, ଜିଲାସ୍କୁଲ, ଏସସିଏସ କଲେଜ, ଆଇଟିଆଇ, ଦିଗବାରେଣୀ ଛକ, ଯାତ୍ରୀକା, ମଙ୍ଗଳାଘାଟ ଏବଂ ଛପନ ଛକରେ ପାର୍କିଂ କରିବେ। ମ୍ୟୁନିସିପାଲ ମାର୍କେଟଠାରୁ ଟାଉନ ଥାନା ପର୍ଯ୍ୟନ୍ତ ବଡ଼ଦାଣ୍ଡ ପାର୍ଶ୍ୱରେ ଦୁଇଚକିଆ ଗାଡି ଗୁଡିକୁ ରଖାଯିବ। ମରିଚିକୋଟ୍‌ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ କୌଣସି ଦୁଇଚକିଆ, ତିନିଚକିଆ କିମ୍ବା ଚାରିଚକିଆ ଗାଡି ଯିବାପାଇଁ ଅନୁମତି ଦିଆଯିବ ନାହିଁ। ଜଗନ୍ନାଥ ବଲ୍ଲଭ ଏବଂ ଦିଗବାରେଣୀ ଛକ ବ୍ୟତୀତ ଅନ୍ୟ ୭ଟି ପାର୍କିଂ ଷ୍ଟାଣ୍ଡରେ ପାର୍କିଂ ଫି ଆଦାୟ ପାଇଁ ପୌରସଂସ୍ଥା ପକ୍ଷରୁ କାହାରିକୁ ଅନୁମତି ଦିଆଯାଇ ନାହିଁ। କୌଣସି ବ୍ୟକ୍ତି ବେଆଇନ ଭାବେ ଯଦି ପାର୍କିଂ ଫି ଆଦାୟ କରନ୍ତି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଡଃ ଉମାଶଙ୍କର ଦାଶ ରବିବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

- Advertisement -

ସେହିପରି ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଗହଳି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ପହଣ୍ଡି ଦର୍ଶନ ପାଇଁ ଟିକଟ କିଣିଥିବା ବ୍ୟକ୍ତିମାନେ ଦକ୍ଷିଣଦ୍ୱାର ଦେଇ ଭିତରେ ପ୍ରବେଶ କରିବେ। ପହଣ୍ଡି ଶେଷହେବା ପରେ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବେ। ଆନନ୍ଦବଜାରରୁ ଭୋଗ କିଣିବା ସମୟରେ କୌଣସି ଭକ୍ତ ଭିତରବେଢା ପରିକ୍ରମା କରିପାରିବେ ନାହିଁ। ଠାକୁରଙ୍କ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରିବେ। ଦର୍ଶନ ପରେ ଦକ୍ଷିଣଦ୍ୱାର, ଉତ୍ତରଦ୍ୱାର ଓ ପଶ୍ଚିମଦ୍ୱାର ଦେଇ ବାହାରକୁ ବାହାରିବେ। ବଡ଼ଦାଣ୍ଡରେ ଛିଡାହୋଇ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ ସେଥିପାଇଁ ପୁଲିସ ବ୍ୟବସ୍ଥା କରାଯାଇଛି।

ଗହଳି ଭିତରେ ଚୋରି, ପକେଟମାର ଏବଂ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା ରୋକିବାକୁ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ଶ୍ରୀମନ୍ଦିର ଭିତରେ ଏକ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନେଇ ଷ୍ଟ୍ରାଇକିଂ ସ୍କ୍ବାର୍ଡ ନିୟୋଜିତ କରାଯାଇଛି। ଦଳାଚକଟା ପରିସ୍ଥିତି ଏଡାଇବା ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିରର ଚାରୋଟି ଦ୍ବାରରେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆମ୍ବୁଲାନ୍ସ ଏବଂ ଦମକଳ ଗାଡି ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ସମୁଦ୍ରରେ ଗାଧୋଉଥିବା ଲୋକଙ୍କ ସୁରକ୍ଷା ପାଇଁ ଅଧିକ ଲାଇଫଗାର୍ଡ ନିୟୋଜିତ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି। କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି ପୌର ସଦନରେ ରବିବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories