www.samajalive.in
Sunday, December 14, 2025
26.1 C
Bhubaneswar

ଏଫ୍‌ଆଇଏଚ୍ ମହିଳା ହକିରେ ପୋଲାଣ୍ଡକୁ ୫-୦ରେ ହରାଇଲା ଭାରତ

ହିରୋସୀମା: ଏଫ୍‌ଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍‌ସରେ ଭାରତୀୟ ସିନିୟର ମହିଳା ହକି ଦଳ କ୍ରମାଗତ ୨ୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଉରୁଗୁଏକୁ ପରାସ୍ତ କରିଥିବା ଭାରତ ରବିବାର ୨ୟ ଲିଗ୍ ମ୍ୟାଚ୍‌ରେ ପୋଲାଣ୍ଡକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି।

ପୋଲାଣ୍ଡଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ଭାରତ ଆଶା ଅନୁସାରେ ଏହି ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ଫଳରେ ପୋଲାଣ୍ଡ ବାଧ୍ୟହୋଇ ରକ୍ଷଣାତ୍ମକ ହକି ଖେଳିଥିଲା। ଫଳରେ ୨୧ ମିନିଟ ପର୍ୟ୍ୟନ୍ତ ଭାରତ ଗୋଲ୍‌ ସ୍କୋର୍ କରି ପାରିନଥିଲା। ୨ୟ କ୍ବାର୍ଟରରେ ଭାରତୀୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ୨୧ ମିିନିଟରେ ନବଜୋତ୍ କୌର୍‌ଙ୍କ କ୍ରସ୍‌ରୁ ଜ୍ୟୋତି ପ୍ରଥମ ଗୋଲ୍‌ ଦେଇଥିବା ବେଳେ ୨୬ ମିନିଟରେ ବନ୍ଦନା କାଟାରିୟା ୨ୟ ଗୋଲ୍‌, ୩୫ ମିନିଟରେ ଗୁରଜିତ କୌର ୩ୟ ଗୋଲ୍‌, ୫୩ ମିନିଟରେ ଗୁରଜିତ କୌର ୪ର୍ଥ ଓ ୫୬ ମିନିଟରେ ନବନୀତ କୌର ଦଳ ପାଇଁ ୫ମ ଗୋଲ୍‌ ଦେଇଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories