ନାବାଳିକାକୁ ଅସଦାଚରଣ, ବେଙ୍ଗଲୀ ଫେରିବାଲା ଗିରଫ

0

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ଅଞ୍ଚଳରେ ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଗାଁ ଦାଣ୍ଡରେ ଫେରିବାଲାଠାରୁ ଟିକିଲି କିଣିବାକୁ ଯାଇଥିବା ବେଳେ ତାଙ୍କ ସହ ଅସଦାଚରଣ ହୋଇଛି । ସମ୍ପୃକ୍ତ ନାବାଳିକାକୁ ମୁର୍ସିଦ୍ଦାବାଦ ଅଞ୍ଚଳର ଜିୟାଉଲ ସେକ ନାମକ ଫେରିବାଲା ଅସଦାଚରଣ କରୁଥିବା ଦେଖି ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସର ଜିମା ଦେଇଛନ୍ତି। ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଯେ, ବାଲେଶ୍ବର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ କ୍ରମାଗତ ଭାବେ ୩ଟି ଦୁଷ୍କର୍ମ ହେବାପରେ ଆଜି ପୁଣି ଜଣେ ନାବାଳିକାକୁ ଅସଦାଚରଣ କରାଯିବା ଘଟଣା ସାଧାରଣରେ ଉଦବେଗ ସୃଷ୍ଟି କରିଛି।

Leave A Reply