www.samajalive.in
Saturday, December 13, 2025
26.1 C
Bhubaneswar

ବଜ୍ରାଘାତରେ ଜଣେ ଚାଷୀ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ରମ୍ପେଲା ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି ଗ୍ରାମର ଜଣେ ଚାଷୀଙ୍କର ଶନିବାର ସନ୍ଧ୍ୟାରେ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ନୂଆଁପାଲି ଗ୍ରାମର ଉପେନ୍ଦ୍ର ଭୋଇ(୫୬) ବୋଲି ଜଣାପଡ଼ିଛି । ଶନିବାର ସନ୍ଧ୍ୟା ପ୍ରାୟ ୫ଟାରେ ବେଲପାହାଡ଼ ସହର ସମେତ ଲଖନପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହିତ ଘଡ଼ଘଡ଼ି, ବିଜୁଳି ଏବଂ କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା । ଏହି କାଳ ବୈଶାଖୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ କେତେକ ଘରଦ୍ୱାର ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଏଥି ସହିତ ବିଭିନ୍ନ ସ୍ଥାନରେ ସନ୍ଧ୍ୟାରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଚାଷୀ ଉପେନ୍ଦ୍ର ନିଜ ଚାଷ ଜମିକୁ ସୁଖା ଗୋବର ବିଛାଇବା ପାଇଁ ଯାଇଥିଲେ । ଏହି ସମୟରେ ପ୍ରବଳ ମାତ୍ରାରେ ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା । ତେବେ ବଜ୍ରାଘାତରେ ଉପେନ୍ଦ୍ର ଏକ ଚାଷ ଜମିରେ ଅଚେତ ହୋଇ ପଡ଼ିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ଘଟଣା ସ୍ଥଳରୁ ଉପେନ୍ଦ୍ରଙ୍କୁ ଉଦ୍ଧାର କରି ତାଙ୍କୁ ବନହରପାଲି ସ୍ଥିତ ଓପିଜିସି ହସ୍ପିଟାଲକୁ ନେଇଥିଲା। ସେଠାରେ ଉପେନ୍ଦ୍ରଙ୍କ ସମସ୍ତ ଡାକ୍ତରୀ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ଉପେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ବଜ୍ରାଘାତରୁ ମୃତ୍ୟୁ ହୋଇଥାଇପାରେ ବୋଲି ପ୍ରକାଶ କରିଥିଲେ । ଏହି ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି । ବନହରପାଲି ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉପେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ଜଣାପଡ଼ିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories