www.samajalive.in
Saturday, December 13, 2025
26.1 C
Bhubaneswar

ନବ ଭାରତ ଗଠନ ପାଇଁ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନଠାରେ ନୀତି ଆୟୋଗ ପ୍ରଶାସନିକ ପରିଷଦର ପଞ୍ଚମ ବୈଠକରେ ଅଧ୍ୟକ୍ଷତା କରି ସମ୍ପ୍ରତି ଶେଷ ହୋଇଥିବା ସାଧାରଣ ନିର୍ବାଚନକୁ ବିଶ୍ୱର ସର୍ବବୃହତ୍‍ ଗଣତାନ୍ତ୍ରିକ ପ୍ରକ୍ରିୟା ବୋଲି ଦର୍ଶାଇ କହିଛନ୍ତି, ବର୍ତ୍ତମାନ ଦେଶର ବିକାଶ ପାଇଁ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ। ଦାରିଦ୍ର୍ୟ, ବେକାରୀ, ମରୁଡ଼ି, ବନ୍ୟା, ପ୍ରଦୂଷଣ ଦୁର୍ନୀତି ଓ ହିଂସା ବିରୁଦ୍ଧରେ ସାମୁହିକ ସଂଗ୍ରାମ ପାଇଁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୨ ସୁଦ୍ଧା ଏକ ନବ ଭାରତର ଗଠନ ପାଇଁ ଥିବା ଲକ୍ଷ୍ୟ ହାସଲ ସକାଶେ ସମସ୍ତଙ୍କୁ କାର୍ଯ୍ୟ କାରିବାକୁ ହେବ। ସ୍ୱଚ୍ଛ ଭାରତ ଅଭିଯାନ ଓ ପି.ଏମ୍‍. ଆବାସ ଯୋଜନା ଭଳି କାର୍ଯ୍ୟକ୍ରମଗୁଡ଼ିକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଠି ମିଶି ସଫଳତା ହାସଲ କରିପାରିବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତଙ୍କୁ କ୍ଷମତାପନ୍ନ କରିବା ଓ ସମସ୍ତଙ୍କ ପାଇଁ ଉନ୍ନତ ଜୀବନ ଶୈଳୀ ଯୋଗାଇବା ସରକାରଙ୍କର ଦାୟିତ୍ୱ। ସେ କହିଛନ୍ତି, ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଧାର୍ଯ୍ୟ ଲକ୍ଷ୍ୟ ଗୁଡ଼ିକୁ ଅକ୍ଟୋବର ୨ ତାରିଖ ସୁଦ୍ଧା ହାସଲ କରାଯିବା ଉଚିତ୍‍ ଓ ୨୦୨୨ ମସିହାରେ ଦେଶ ସ୍ୱାଧୀନ ହେବାର ୭୫ତମ ବାର୍ଷିକୀ ପାଳନ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ମଧ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରାଯିବା ଆବଶ୍ୟକ।

- Advertisement -

ସେ କହିଛନ୍ତି, ରାଜ୍ୟଗୁଡ଼ିକୁ ସେମାନଙ୍କର ଦକ୍ଷତାକୁ ଚିହ୍ନଟ କରିବାକୁ ହେବ ଓ ଜି.ଡି.ପି. ଲକ୍ଷ୍ୟ ହାସଲ ଦିଗରେ ଜିଲ୍ଲା ସ୍ତରରୁ କାର୍ଯ୍ୟ ଆରମ୍ଭ କରିବାକୁ ପଡ଼ିବ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସମେତ ଅନେକ ରାଜ୍ୟର ପ୍ରକୃତ କ୍ଷମତାର ସଦୁପଯୋଗ ହୋଇପାରି ନଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇ ସେ କହିଛନ୍ତି, ଏଥିପାଇଁ ମତ୍ସ୍ୟପାଳନ, ପଶୁପାଳନ, ଉଦ୍ୟାନ ବିଦ୍ୟା, ଫଳ ଓ ପନିପରିବା ଚାଷ ଉପରେ ଅଧିକ ଆଲୋକପାତ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ପି.ଏମ୍‍. କିଶାନ୍‍, କିଶାନ୍‍ ସମ୍ମାନନିଧି ଓ ଅନ୍ୟାନ୍ୟ କୃଷକ କଲ୍ୟାଣ ଯୋଜନାଗୁଡ଼ିକର ସୁଫଳ ଠିକ୍‍ ସମୟରେ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଉଚିତ୍‍। ସ୍ୱାସ୍ଥ୍ୟ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୫ ସୁଦ୍ଧା ଦେଶରୁ ଟି.ବି. କୁ ଲୋପ୍‍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯେଉଁ ରାଜ୍ୟଗୁଡ଼ିକ ଆୟୁଷ୍ମାନ୍‍ ଭାରତ ଅଧୀନରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରି ନାହାନ୍ତି ସେମାନେ ଶୀଘ୍ର ଏହି ଯୋଜନାକୁ ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories