www.samajalive.in
Friday, December 12, 2025
15.1 C
Bhubaneswar

ଛୁଆଚୋର ଭାବି ୨ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

କଳାବାଡ଼ିଆ : ଗତ ରାତିରେ ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ରାତିରେ ବୁଲୁଥିବା ଦୁଇ ଯୁବକଙ୍କୁ ଛୁଆଧରା ଭାବି ଗ୍ରାମବାସୀମାନେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି।
ଖବର ଅନୁଯାୟୀ, ସମ୍ପର୍କରେ କକା-ପୁତୁରା ହୋଇଥିବା ବାରିପଦା ଅଞ୍ଚଳର ଦୁଇ ଯୁବକ ରାତିରେ ନିକଟସ୍ଥ ଗ୍ରାମକୁ ଯାଇଥିଲେ। ତେବେ କିଛି ଗାଁ ଲୋକ ତାଙ୍କ ପରିଚୟ ମାଗିଥିଲେ ଏବଂ ଯୁବକ ଦ୍ବୟ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ତେଣୁ ଗ୍ରାମବାସୀ ଛୁଆଧରା ବୋଲି ସନ୍ଦେହ କରି ଉଭୟଙ୍କୁ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଥିଲେ। ତେବେ ମାଡ଼ ଖାଇବା ପରେ ଯୁବକ ଦୁଇଜଣ ମତ ବଦଳାଇବା ସହ ଗ୍ରାମର ଜଣେ ମହିଳାଙ୍କ ଡାକରାରେ ଆସିଥିବା କହିଥିଲେ। ପରେ ଗ୍ରାମବାସୀ ଖୋଳତାଡ଼ କରିବାରୁ ଉକ୍ତ ମହିଳାଙ୍କ ସହ ଯୁବକଙ୍କ ପୂର୍ବରୁ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଥିଲା ଏବଂ ଗ୍ରାମସଭା ଡକାଯାଇ ଘଟଣାର ସମାଧାନ କରାଯାଇଥିଲା। ୧୮ ଘଣ୍ଟାରୁ ଅଧିକ ସମୟ ଧରି ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପୁଲିସ ପାଖରେ କୌଣସି ସୂଚନା ନଥିଲା।
ସୂଚନାଯୋଗ୍ୟ, ଗତବର୍ଷ ଏହି ଥାନା ଅଞ୍ଚଳରେ ପିଲାଚୋର ସନ୍ଦେହରେ ଜଣଙ୍କୁ ଗ୍ରାମବାସୀ ପିଟିପିଟି ମାରି ଦେଇଥିଲେ। ଉକ୍ତ ଘଟଣାରେ କର୍ତ୍ତବ୍ୟରେ ଅବହେଳା କାରଣରୁ ଜଣେ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories