www.samajalive.in
Saturday, December 13, 2025
14.1 C
Bhubaneswar

ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଲୋକ ଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ଯୁବତୀ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ବାଙ୍କମୁଆଁ ଗାଁରେ ଗତକାଲି ବିଳମ୍ବିତ ରାତିରେ ବାବାଜି ସେଠିଙ୍କ ଝିଅ ସୁଭଦ୍ରା ସେଠୀକୁ ଉକ୍ତ ଗାଁର ଜୈନିକ ଯୁବକ ସନ୍ତୋଷ ମାଝୀ ବଳାତ୍କାର କରି ଫେରାର ହୋଇଥିବା ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏପରିକି ସୁଭଦ୍ରା ସେଠୀ(୨୪) ଲୋକ ଲଜ୍ଜା ସହିନପାରି ଆତ୍ମହତ୍ୟା କରିଥିବା ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏପରି ଘଟଣାର ଧୁଷୁରୀ ଥାନା ପକ୍ଷରୁ ତଦନ୍ତ କରାଯିବା ସହ ଯୁବତୀର ମୃତଦେହକୁ ଜବତ କରିବା ସହ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ୍ୟ ନିମନ୍ତେ ପଠାଇଥିଲା। ସୂଚନା ଅନୁ୍‍ାଯାୟୀ, ବାଙ୍କମୁଆଁ ଗାଁର ବାବାଜି ସେଠିଙ୍କ ଝିଅ ସୁଭଦ୍ରାର ଅନିଛା ସତ୍ତ୍ବେ ସେହି ଗାଁର ସନ୍ତୋଷ ମାଝୀ ତାଙ୍କୁ ଏକତରଫା ଭାବେ ପ୍ରେମ କରୁଥିଲା। ଏପରିକି ସନ୍ତୋଷ ବିଭିନ୍ନ ସମୟରେ ଜୈନିକ ଯୁବତୀଙ୍କୁ ଫୋନ ଦ୍ୱାରା ଧମକ ଦେଉଥିବା ଯୁବତୀର ଭାଇ ବାବ୍ରିବାହନ ସେଠୀ ପ୍ରକାଶ କରିଛନ୍ତି। ଗତ ଗୁରୁବାର ଗାଁର ଏକ ସାହିରେ ବର ପ୍ରସେସନ ଚାଲୁଥିବା ବେଳେ ଯୁବତୀର ପରିବାର ଲୋକ ପ୍ରସେସନ ଦେଖିବାକୁ ଯାଇଥିଲେ। ସନ୍ତୋଷ ଏହାର ସୁଯୋଗ ନେଇ ସୁଭଦ୍ରାର ହାତଗୋଡ ବାନ୍ଧି ଦେବା ସହ ଜୋର ଜବରଦସ୍ତ ବଳାତ୍କାର କରିଥିବା ଯୁବତୀର ବଡଭାଇ ପ୍ରକାଶ କରିଛନ୍ତି। ଏପରିକି ସୁଭଦ୍ରା ଆତ୍ମହତ୍ୟା କରିବା ପୂର୍ବରୁ ସମସ୍ତ ତଥ୍ୟ ଏକ ସାଧାକାଗଜରେ ଲେଖିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏପରି ଘଟଣା ଏଅଞ୍ଚଳରେ ପ୍ରଥମ ଥର ହୋଇଥିବାରୁ ବାଙ୍କମୁଆଁ ଗାଁ ସମେତ ଆଖପାଖ ଗାଁର ଲୋକମାନେ ସ୍ତମ୍ଭିଭୁତ ହୋଇଯାଇଛନ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories