www.samajalive.in
Sunday, December 14, 2025
14.1 C
Bhubaneswar

ଭାରତ-ଜାପାନ ସେମିଫାଇନାଲ ଆଜି

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲ୍‌ସର ଶୁକ୍ରବାର ୨ଟି ସେମିଫାଇନାଲ ସମେତ ୫ମ ଓ ୬ଷ୍ଠ ସ୍ଥାନ ପାଇଁ ମ୍ୟାଚ ଖେଳାଯିବ । ସକାଳ ୮ଟାରେ ରୁଷିଆ ଓ ପୋଲାଣ୍ଡ ମଧ୍ୟରେ ୫ମ ଓ ୬ଷ୍ଠ ସ୍ଥାନ ପାଇଁ ମ୍ୟାଚ୍ ଏବଂ ଅପରାହ୍ଣ ୫ଟାରେ  ପ୍ରଥମ ସେମିଫାଇନାଲ ଆମେରିକା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏବଂ ୭ଟା ୧୫ରେ ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ। ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ସରୁ ଶ୍ରେଷ୍ଠ ୨ ଦଳ ନଭେମ୍ବରରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିବାର ଥିବାରୁ ସେମିଫାଇନାଲ ମ୍ୟାଚ ଭାରତ, ଦକ୍ଷିଣ ଆଫ୍ରିକା ଓ ଆମେରିକା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଜାପାନ ଅଲିମ୍ପିକ୍‌ ଆୟୋଜକ ଦେଶ ଭାବେ ଯୋଗ୍ୟତା ଅର୍ଜନ କରିଥିବାରୁ ସେମିଫାଇନାଲ ବିନା ଚାପରେ ଖେଳିବ।
ଭାରତ ତରଫରୁ ଆକାଶଦୀପ ସିଂହ ୫ଟି, ହରମନପ୍ରୀତ୍‌ ସିଂହ ୩ଟି, ମନପ୍ରୀତ ସିଂହ ଓ ଅମିତ ରୋହିଦାସ ୨ଟି ଲେଖାଏଁ ଗୋଲ ସ୍କୋର କରିଛନ୍ତି। ଦଳ ଜାପାନକୁ ପରାସ୍ତକରି ଫାଇନାଲ ଖେଳିବା ଲକ୍ଷ୍ୟ​‌େ​‌ର ରହିଛି। ସେହିଭଳି ଆମେରିକା ଓ ଦକ୍ଷିଣ ଆଫ୍ରିକା ଉଭୟ ଦଳ ମଧ୍ୟ ସେମିଫାଇନାଲରେ ବିଜୟ ସହ ଫାଇନାଲକୁ ପ୍ରବେଶ କରିବା ଲକ୍ଷ୍ୟ ରଖିଛନ୍ତି। ଆମେରିକା ଲିଗ୍‌ ପର୍ଯ୍ୟାୟରେ ଅପରାଜୟ ରହିବା ସହ ସିଧାସଳଖ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ଖରାପ ପ୍ରଦର୍ଶନ କରିଥିବା ବେଳେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲରେ ପହଞ୍ଚିଛି।

ଫାଇନାଲ ପ୍ରଥମ ଲକ୍ଷ୍ୟ: ମନପ୍ରୀତ୍

ଲିଗ୍‌ରେ ଆମେ ଭଲ ପ୍ରଦର୍ଶନ କରି ସିଧାସଳଖ ସେମିଫାଇନାଲକୁ ଉନ୍ନୀତ ହୋଇଛୁ। ଦଳର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି। ଜାପାନ ବିପକ୍ଷ ସେମିଫାଇନାଲ ମ୍ୟାଚ ଆମ ପାଇଁ ବଡ ଚ୍ୟାଲେଞ୍ଜ। ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ ପାଇଁ ଆମକୁ ଫାଇନାଲରେ ପ୍ରବେଶ କରିବାକୁ ପଡ଼ିବ। ଏଥିପାଇଁ ପୂରା ଦଳ ପ୍ରସ୍ତୁତ ବୋଲି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂହ କହିଛନ୍ତି। ଜାପାନ ଭଲ ପ୍ରଦର୍ଶନ କରୁଛି। ଉକ୍ତ ଦଳକୁ ଆମେ ହାଲ୍‌କା ଭାବେ ନେଉନାହୁଁ। ମ୍ୟାଚକୁ ଜିତିବାକୁ ଆମେ ଶତ ପ୍ରତିଶତ ଉଦ୍ୟମ କରିବୁ ବୋଲି ମନପ୍ରୀତ କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories