www.samajalive.in
Saturday, December 6, 2025
26.1 C
Bhubaneswar

ହରହର ମହାଦେବ ସ୍ଲୋଗାନ ଦେଇ ଫାରୁକ ଅବଦୁଲାଙ୍କୁ ଠେଲାପେଲା କଲେ କାଶ୍ମୀର ପଣ୍ଡିତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଶ୍ରୀନଗରଠାରେ ଗୁରୁବାର ନ୍ୟାଶନାଲ କନଫ୍ରେନ୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲାଙ୍କୁ କାଶ୍ମୀର ପଣ୍ଡିତମାନେ ଠେଲାପେଲା କରିଛନ୍ତି।
ଅବଦୁଲା ଶ୍ରୀନଗରସ୍ଥି ଜ୍ୟେଷ୍ଠା ଦେବୀ ମନ୍ଦିରକୁ ଯାଇଥିବାବେଳେ ସେଠାରେ ଉପସ୍ଥିତ ପଣ୍ଡିତମାନେ ‘ହରହର ମହାଦେବ’ ସ୍ଲୋଗାନ ଦେଇ ତାଙ୍କୁ ଠେଲାପେଲା କରିଥିଲେ। ଏହାସହ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ‘ମୋଦୀ ଜିନ୍ଦାବାଦ’ ସ୍ଲୋଗାନ ମାନ ଦିଆଯାଇଥିଲା। କୁହାଯାଉଛି ଯେ ଅବଦୁଲା କାଶ୍ମୀର ପଣ୍ଡିତଙ୍କୁ ଦେଖା କରିବାକୁ ଏଠାକୁ ଆସିଥିଲେ। କାଶ୍ମୀର ଛାଡ଼ି ଚାଲିଯାଇଥିବା ପଣ୍ଡିତଙ୍କୁ ଶ୍ରୀନଗରରୁ ଫେରାଇ ଆଣିବା ପାଇଁ ଅନେକ ଦିନ ହେବ ଦାବି ହୋଇଆସୁଛି। ଜାମ୍ମୁ କାଶ୍ମୀରରେ ଅବଦୁଲାଙ୍କ ସରକାର ଥିବା ସମୟରେ ଏହି ସମସ୍ୟାର ସମାଧାନ ନେଇ କୌଣସି କାର୍ଯ୍ୟ କରାଯାଇନଲା। ଏହାକୁ ନେଇ କାଶ୍ମୀର ପଣ୍ଡିତମାନେ ଅବଦୁଲାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଜ୍ୟେଷ୍ଠା ଦେବୀ ମନ୍ଦିରରେ ଉଭୟ ପୁରୁଷ ଓ ମହିଳାମାନେ ହର ହର ମହାଦେବ ଓ ମୋଦୀ ଜିନ୍ଦାବାଦ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। ଅବଦୁଲା ଲୋକଙ୍କୁ ଶାନ୍ତ ରିହବାକୁ ନିବେଦନ କରିଥିଲେ ବି କେହି ତାଙ୍କ କଥା ଶୁଣିନଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories