www.samajalive.in
Saturday, December 13, 2025
26.1 C
Bhubaneswar

ଅଘୋଷିତ ବିଦ୍ୟୁତ କାଟ ନେଇ ବିଜେଡିର ଘେରାଉ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଞ୍ଚଳରେ ପ୍ରଚଣ୍ଡ ଖରା ୪୫ ଡିଗ୍ରୀ ଛୁଇଁ ଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଓ ସନ୍ଧ୍ୟା ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ବିଦ୍ୟୁତ କାଟକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷକୁ ନେଇ ବୁଧବାର ବିଜେଡି ଦଳ ତରଫରୁ କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥି ତଥା ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମି ସ୍ଥାନୀୟ ଏସ.ଡି.ଓ.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରିଥିଲେ। ପରେ ବିଦ୍ୟୁତ ବିଭାଗ ଏସ.ଡି.ଓ ଅବନୀକାନ୍ତ ମହାରଣାଙ୍କ ସହ ଏହି ବିଦ୍ୟୁତ କାଟ ବଲାଙ୍ଗିର ଜିଲ୍ଲାରେ କୌଣସିଠାରେ ହେଉନଥିବା ବେଳେ ଏବଂ ରାଜ୍ୟ ସରକାର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟୁତ କାଟ ହେଉନଥିବାରୁ କଣ୍ଟାବାଞ୍ଜିରେ ବିଦ୍ୟୁତ କାଟ କାହିଁକି ବୋଲି ପ୍ରଶ୍ନ କରିଥିଲେ। ଏସ.ଡି.ଓ. ମହାରଣା

ଏହି ବିଦ୍ୟୁତ କାଟ ଓଭର ଲୋଡ ହୋଇ ଓ.ପି.ଟି.ସି.ଏଲ. କେସିଙ୍ଗା ଗ୍ରୀଡରୁ ହେଉଥିବା ଯୋଗୁଁ ଏଠାରେ କିଛି ବିଦ୍ୟୁତ କାଟ ହେଉନଥିବା ବୁଝାଇଥିଲେ। ପରେ ବିଦ୍ୟୁତ ସୁପରିନଟେଣ୍ଡେଣ୍ଟ ଇଂ ଆଶିଷ କୁମାର ପାଟଯୋଶି ଏବଂ ଓ.ପି.ଟି.ସି.ଏଲ. ମେନେଜରଙ୍କ ସହିତ ଅଜୟ ଦାସ ଫୋନ ଯୋଗେ ଯୋଗଯୋଗ ପରେ ଏହାର ଅତିଶୀଘ୍ର ସମାଧାନ ପାଇଁ ବାଟ ବାହାର କରିବାକୁ ଦାବୀ ଜଣାଇଥିଲେ। ସହରରେ ଥିବା ବିପଦ ଶଙ୍କୁଳ ଗ୍ରୀଡମାନଙ୍କରେ ବାରିକେଟ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିବା ପରେ ଏସ.ଡି.ଓ. ବର୍ତ୍ତମାନ ସୁଦ୍ଧା ସହରରେ ସମସ୍ତ ଲାଇନ ନବୀକରଣ ହୋଇସାରିଥିବା ବେଳେ ଲୋକେ ଗ୍ରୀଡ ବାରିକେଟ ପାଇଁ ଜାଗା ଛାଡୁନଥିବାରୁ ଏଭଳି ଅସୁବିଧା ଉପୁଜିଥିବା ସୂଚାଇଥିଲେ। ପରେ ଓ.ପି.ଟି.ସି.ଏଲ. ମେନେଜର ଏ ସମ୍ପର୍କରେ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ ପନ୍ଥା ବାହାର କରିବେ ବୋଲି ପ୍ରତିଶୃତି ଦେବା ପରେ ଘେରାଉରୁ ଓହରି ଯାଇଥିଲେ।

- Advertisement -

ଏହି ଘେରାଉରେ ଜିଲ୍ଲା ଉପସଭାପତି ବିଜୟ ବଂସଲ, ଟାଉନ ବିଜେଡି ଯୁବମୋର୍ଚ୍ଚା ଉପସଭାପତି ଦେବାର ବାରିକ, ଦେବେନ୍ଦ୍ର ବେହେରା, ମୁନା ମହାନ୍ତି, ରାମେନ୍ଦ୍ର ବେହେରା, ତପନ ବେହେରା, ଅଶ୍ୱିନୀ ପୁଟା, ସୁମନ ସେଠ, ଅଶୋକ ଛତ୍ରିଆ, ନବୀନ ଦୀପ, ବିଶ୍ୱାଲ ବେହେରା, ମନୋଜ ପୁଟେଲ, ଗୋବିନ୍ଦ ଅଗ୍ରବାଲ, ଅରୁଣ ଆର୍ଯ୍ୟା, ଚିତ୍ରଭାନୁ ବେହେରା, ମୁରଲୀ ଅଗ୍ରବାଲ, ତପି ହେର୍ଣ୍ଣା, ରାଜେଶ ଶର୍ମା, କମଲ ଅଗ୍ରବାଲ, ଶ୍ୟାମସୁନ୍ଦର ବଗର୍ତ୍ତି, ରାଧାକାନ୍ତ ମାଝୀ, ସୁଶାନ୍ତ ତ୍ରିପାଠୀ ଓ ପ୍ରମୋଦ କରଙ୍କ ସହ ବହୁ ବିଜେଡି କର୍ମି ସାମିଲ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories