www.samajalive.in
Saturday, December 13, 2025
26.1 C
Bhubaneswar

ବହୁ ଚର୍ଚ୍ଚିତ ଗମ୍ଭାରୀ ବେଲପଡା ରାସ୍ତାର ମାନନିର୍ଦ୍ଧାରଣ ପାଇଁ ଆରମ୍ଭ ହେଲା ବିଭାଗୀୟ ତଦନ୍ତ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ପୂର୍ତ୍ତ ବିଭାଗ ଡିଭିଜନ ବେଲପଡା ଗମ୍ଭାରୀ ରାସ୍ତାର ମାନ ନିର୍ଦ୍ଧାରଣ ପାଇଁ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏକ ବୈଷୟିକ ପ୍ରତିନିଧି ଦଳ ରାସ୍ତାରେ ପହଂଚି ରାସ୍ତା ଖୋଲି ବୁଧବାର ନମୁନା ସଂଗ୍ରହ କରିଥିବା ଜଣାଯାଇଛି। ପ୍ରତିନିଧି ଦଳ ବୈଜଲ ସାଗରଠାରୁ ବେଲପଡା ମଧ୍ୟରେ ୧୩/୦ ରୁ ୨୨/୦ କିଲୋମିଟର ମଧ୍ୟରେ ପ୍ରତି କିଲୋମିଟରରେ ଡ୍ରିଲର ମାଧ୍ୟମରେ ରାସ୍ତା ଖୋଲି ନମୁନା ସଂଗ୍ରହ କରିଥିବା ବେଳେ ନମୁନା ଲେବୋରେଟୋରିକୁ ପରିକ୍ଷା ପାଇଁ ପଠାଗଲା ପରେ ରାସ୍ତାର ମାନ କେମିତି ହୋଇଛି ତାହା ଜଣାପଡିବ ବୋଲି ପ୍ରତିନିଧି ଦଳ କହିଥିଲେ।

ପ୍ରତିନିଧି ଦଳରେ ଭୁବନେଶ୍ୱର ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଅନିଲ କୁମାର ତ୍ରିପାଠି, ବଲାଙ୍ଗିର ପୂର୍ତ୍ତ ବିଭାଗ ଏସ.ଇ. ଇଂ ଉମେଶ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ନିର୍ବାହି ଯନ୍ତ୍ରୀ ରଥାଂଗ ଚରଣ ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ପି.କେ. ଚୌଧୁରୀ, ସମ୍ବଲପୁର କ୍ୱଲିଟି କଂଟ୍ରୋଲ ନିର୍ବାହୀ ଯନ୍ତ୍ରୀ ଇଂ. ହିରାଲାଲ ଅଗ୍ରଓାଲ, କଂଟାବାଂଜି ସବଡିଭିଜନ ସହକାରୀ ନିର୍ବାହି ଯନ୍ତ୍ରୀ ଇଂ. ସୁରେଶ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୁଚନାଯୋଗ୍ୟ ଏହି ରାସ୍ତା ନିମ୍ନ ମାନର ହୋଇଥିବା ଅଭିଯୋଗ ପରେ ସପ୍ତାହେ ତଳେ ଗମ୍ଭାରି ଗାଁ ଠାରେ ପାଟଣାଗଡ ବିଧାୟକ ସରୋଜ ମେହେର ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ କାନଧରି ଉଠବସ ହେବା ପାଇଁ କହୁଥିବା ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଧାୟକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ।

- Advertisement -

ଏହି ଘଟଣା ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ରାସ୍ତାର ମାନ ନିର୍ଦ୍ଧାରଣ ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତଦନ୍ତ ହେବ ଏବଂ ରାସ୍ତା ନିମ୍ନ ମାନର ହୋଇଥିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଣ ମାଧ୍ୟମରେ ପ୍ରକାଶ କରିଥିଲେ। ଘଟଣାର ଏକ ସପ୍ତାହ ପରେ ବିଭାଗୀୟ ତଦନ୍ତ ହେବା ସହ ରାସ୍ତାର ମାନ ସଂଗ୍ରହ କରାଯାଇଥିବା ଜଣାଯାଇଛି। ସୁଚନାଯୋଗ୍ୟ ରାସ୍ତା ନିର୍ମାଣ ପାଇଁ ବର୍ଷେ ତଳୁ କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ୮ କୋଟି ୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ରାସ୍ତା କାମ ଚାଲିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories