www.samajalive.in
Sunday, December 7, 2025
23.1 C
Bhubaneswar

ରଜର ଚତୁର୍ଥ ଦିନ ବସୁମତୀ ସ୍ନାନ ; ଜାଣନ୍ତୁ କିପରି କରାଯାଏ ପୂଜାର୍ଚ୍ଚନା

ଓଡ଼ିଶାରେ ୪ଦିନ ଧରି ରଜ ପର୍ବ ପାଳନ କରାଯାଏ। ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ଅର୍ଥାତ୍‍ ଏହିଦିନ କିଛି ବିଶେଷ ବିଧିରେ ଭୂଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଚାଲନ୍ତୁ ଜାଣିବା ଚତୁର୍ଥ ଦିନରେ କିପରି ପୂଜା କରାଯାଏ –

ପୂର୍ବଦିନ ଶିଳରେ ହଳଦୀ ଚନ୍ଦନ ବାଟି ଏକ ଲେପ ପ୍ରସ୍ତୁତ କରାଯାଇଥାଏ ଓ ଏହି ଲେପକୁ ସେହିଦିନ ସକାଳୁ ଉଠି ମହିଳାମାନେ ଦେହରେ ଲାଗାଇ ସ୍ନାନ କରିଥାଆନ୍ତି। ଶିଳପୁଆକୁ ଭୂଦେବୀ ବୋଲି ଗ୍ରହଣ କରାଯାଏ। ତେଣୁ ଏହିଦିନରେ ଶିଳପୁଆକୁ କ୍ଷୀର ଓ ଜଳରେ ସ୍ନାନ କରାଯାଇଥାଏ। ଶିଳପୁଆ ତଥା ଭୂଦେବୀଙ୍କୁ ଚନ୍ଦନ, ହଳଦୀ ଓ ଫୁଲରେ ସଜା ଯାଇଥାଏ। ତାଙ୍କ ପୂଜା କରିବା ପରେ ବସ୍ତ୍ର ଦାନର ବିଶେଷ ମହତ୍ୱ ରହିଛି। ଭୂଦେବୀଙ୍କୁ ସମସ୍ତ ପ୍ରକାର ମୌସୁମୀ ଫଳ ଅର୍ପଣ କରାଯାଇଥାଏ। ଏହି ଫଳକୁ ଗରୀବମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ। ଅନ୍ୟ ସଂକ୍ରାନ୍ତି ଭଳି ଏହିଦିନ ମଧ୍ୟ ଦାନ-ପୁଣ୍ୟ କରାଯାଏ। ରଜ ୪ଦିନ ଯାକ ଭୂମିକୁ କୌଣସି ପ୍ରକାର ଆଘାତ ଦିଆଯାଇ ନଥାଏ। ଅର୍ଥାତ୍‍ କୃଷି କାର୍ଯ୍ୟ ସମେତ ଭୂମିକୁ କଷ୍ଟ ଦେବା ଭଳି ଅନ୍ୟ କୌଣସି କାର୍ଯ୍ୟ କରିବାକୁ ନିଷେଧ କରାଯାଇଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories