www.samajalive.in
Saturday, December 13, 2025
21.1 C
Bhubaneswar

ଇମ୍ଫାରେ ଅଚଳାବସ୍ଥା ପଞ୍ଚମ ଦିନରେ, ବାହାରୁନି ସମସ୍ୟା ସୂତ୍ର

ରାୟଗଡା : ରାୟଗଡା ଜିଲା କୋଲନରା ବ୍ଲକ ଥେରୁବାଲି ଗ୍ରାମସ୍ଥିତ ଇମ୍ଫା କାରଖାନାରେ ଅଚଳାବସ୍ଥା ଶୁକ୍ରବାର ଜାରି ରହିଛି। ବିଭିନ୍ନ ଦାବି ନେଇ ସ୍ଥାନୀୟ ଡଙ୍ଗରିଆ କନ୍ଧମାନଙ୍କ ଆନ୍ଦୋଳନ ଥମିବାର ନାଁ ନେଉ ନଥିବା ବେଳେ କାରଖାନା ବନ୍ଦ ଆଜକୁ ୫ଦିନରେ ପହଞ୍ଚିଛି। ଆଦିବାସୀଙ୍କ ସମସ୍ୟା ନେଇ କୌଣସି ପ୍ରକାର ସୂତ୍ର ବାହାରି ପାରି ନାହିଁ। ଆନ୍ଦୋଳନକାରୀମାନେ କମ୍ପାନି ଗେଟରେ ଆଜି ବି ତାଲା ପକାଇବା ସହ କମ୍ପାନି ଚାଳିତ ସମସ୍ତ ସ୍କୁଲ, କଲେଜ ବନ୍ଦ କରିଛନ୍ତି। ପୂର୍ବରୁ ସ୍ଥାନୀୟ ଦୋକାନ ବଜାରକୁ ବନ୍ଦ କରାଯାଇଥିବା ବେଳେ ଶୁକ୍ରବାର ଖୋଲା ଯାଇଥିଲା। ନଅ ଦଫା ନେଇ ଆଦିବାସୀଙ୍କ ଆନ୍ଦୋଳନ ଏକ ପ୍ରକାର ଜୋର ଧରିଛି। ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ପ୍ରବୀରକୁମାର ନାୟକ ଓ ଅତିରିକ୍ତ ଜିଲାପାଳ ବିନୋଦିନୀ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନାକାରୀ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଆନ୍ଦୋଳନକାରୀମାନେ କମ୍ପାନି ପରିସର କିମ୍ବା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଲୋଚନା ସକାଶେ ସିଧାସଳଖ ମନା କରିବାରୁ ସମାଧାନର କୌଣସି ପନ୍ଥା ବାହାରି ନଥିଲା। ଗତ ପାଞ୍ଚ ଦିନ ତଳେ ଆଦିବାସୀ ମଞ୍ଚ ନାମରେ ଆଦିବାସୀ ନେତା ଜିତୁ ଜାକାସିକା ଓ କୋଲନରା ବ୍ଲକର କୁଲି ପଞ୍ଚାୟତ ସରପଞ୍ଚ ବର ପ୍ରସାଦ ହିପିରିକାଙ୍କ ନେତୃତ୍ୱରେ କମ୍ପାନି ସମ୍ମୁଖରେ ଧାରଣା ଆରମ୍ଭ ହୋଇଥିଲା। ଆଦିବାସୀଙ୍କ ଦାବିଗୁଡିକ ମଧ୍ୟରେ ସ୍ଥାନୀୟ ଲୋକଙ୍କୁ କମ୍ପାନିରେ ଚାକିରି ଓ ସର୍ବନିମ୍ନ ମଜୁରି ଦୁଇ ଶହରୁ ଅଧିକ ଟଙ୍କା କରିବା ରହିଥିଲା। ଧାରଣା ବେଳେ ଉତ୍ତ୍ୟକ୍ତ ଆଦିବାସୀ ଲୋକେ କମ୍ପାନିର ବ୍ୟାପକ ସାମଗ୍ରୀ ଭଙ୍ଗାରୁଜା କରିବା ସହ ଲାଇଟ ପୋଷ୍ଟ ଆଦିକୁ ଭାଙ୍ଗି ଦେଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories