www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ବର୍ଷା; ବାଂଲା-ଶ୍ରୀଲଙ୍କା ମ୍ୟାଚ୍ ବାତିଲ

ବ୍ରିଷ୍ଟଲ : ଇଂଲଣ୍ଡରେ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ଅତ୍ୟାବଶ୍ୟକ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡରେ ପ୍ରବଳ ବର୍ଷା ହେବ ଏବଂ ବନ୍ୟା ପରିସ୍ଥିତି ଲାଗି ସତର୍କ ରହିବା ପାଇଁ କୁହାଯାଇଛି। ଏପରି ପରିସ୍ଥିତି​‌େ​‌ର ବିଶ୍ବକପ୍ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେବା କିଛି ଚକିତକର ଘଟଣାନୁହେଁ। ମଙ୍ଗଳବାର ଇଂଲଣ୍ଡରେ ସାରାଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଆଶା ଅନୁସାରେ ମଙ୍ଗଳବାର ବର୍ଷା ଆଦୌ ଛାଡ଼ିନଥିଲା। ବ୍ରିଷ୍ଟଲରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୧୨ଶ ବିଶ୍ବକପ୍‌ର ୧୬ଶ ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହୋଇଯାଇଛି।
ବର୍ଷା ଲାଗି ରହିବାରୁ ମ୍ୟାଚ୍‌ରେ ଟସ୍ ମଧ୍ୟ ପଡ଼ି ପାରିନଥିଲା। ଫଳରେ ଉଭୟ ବାଂଲାଦେଶ ଓ ଶ୍ରୀଲଙ୍କା ପଏଣ୍ଟ ଭାଗ କରିଛନ୍ତି। ଶ୍ରୀଲଙ୍କାର ଏହା ୨ୟ ବାତିଲ ମ୍ୟାଚ୍। ଫଳରେ ୪ଟି ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ଏବଂ ୨ଟି ବାତିଲ ମ୍ୟାଚ୍‌ରୁ ମୋଟ ୪ ପଏଣ୍ଟ ପାଇ ଶ୍ରୀଲଙ୍କା ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ଅନ୍ୟ ଏସୀୟ ଦଳ ବାଂଲାଦେଶର ଏହା ପ୍ରଥମ ବାତିଲ ମ୍ୟାଚ୍। ପ୍ରଥମ ୩ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ଏବଂ ଗୋଟିଏ ବାତିଲ ମ୍ୟାଚ୍‌ରୁ ମୋଟ ୩ ପଏଣ୍ଟ ପାଇ ବାଂଲାଦେଶ ଟେବୁଲର ୭ମ ସ୍ଥାନରେ ରହିଛି। ଚଳିତ ବିଶ୍ବକପ୍‌ରେ ବର୍ଷା ଯୋଗୁଁ ବାତିଲ ହୋଇଥିବା ଏହା ୩ୟ ମ୍ୟାଚ୍। ପୂର୍ବରୁ ପାକିସ୍ତାନ-ଶ୍ରୀଲଙ୍କା ମୁକାବିଲା ମଧ୍ୟ ଟସ୍ ପଡ଼ିବା ପୂର୍ବରୁ ବାତିଲ ଘୋଷିତ ହୋଇଥିଲା। ସୋମବାର ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା ମାତ୍ର ଅଧଘଣ୍ଟା ଖେଳାଯିବା ପରେ ବର୍ଷା ଯୋଗୁଁ ଆଗକୁ ଆଉ ଖେଳ ସମ୍ଭବପର ହୋଇନଥିଲା। ମଙ୍ଗଳବାର ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍‌ ବହୁତ ଜଲ୍‌ଦି ବାତିଲ ଘୋଷଣା କରା ଯାଇଥିଲା। ଏତେ ଜୋର୍‌ରେ ବର୍ଷା ହୋଇଥିଲା ଯେ ନିର୍ଦ୍ଧାରିତ ସମୟର ମାତ୍ର ୩ ଘଣ୍ଟା ପରେ ଦୁଇ ଅମ୍ପାୟାର ମ୍ୟାଚ୍ ବାତିଲ ଘୋଷଣା କରିଥିଲେ। ଆଗକୁ ଏହି ଧାରା ଜାରିରହିବ ବୋଲି ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories