www.samajalive.in
Friday, December 12, 2025
26.1 C
Bhubaneswar

ବିଶ୍ଵକପରେ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା; ଆଘାତ ଯୋଗୁ ଖେଳିପାରିବେନି ଧାୱନ

ନୂଆଦିଲ୍ଲୀ: ୨୦୧୯ କ୍ରିକେଟ ବିଶ୍ଵକପ​‌​‌ରେ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶତକ ହାସଲ କରି ଫର୍ମରେ ଥିବା ଓପନର ଶିଖର ଧାୱନ ଆଗାମୀ କିଛି ସପ୍ତାହ ପାଇଁ ମ୍ୟାଚ୍‌ ଖେଳିବେ ନାହିଁ। ଆଘାତ ଜନିତ ସମସ୍ୟା କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ଧାୱନ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ମ୍ୟାଚ ଖେଳିପାରିବେ ନାହିଁ ବୋଲି ସୂଚନା ମିଳିଛି। ଧାୱନଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ମଙ୍ଗଳବାର ତାହାର ସ୍କାନ କରାଯିବ ବୋଲି ସୂଚନା ମିଳିଛି।

ଗତ ରବିବାର ଦିନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧାୱନ ବ୍ୟାଟିଂ କରୁଥିବାବେଳେ ନାଥାନ କଲଟର ନାଇଲଙ୍କ ଏକ ବଲ୍‌କୁ ସାମ୍ନା କରିବା ସମୟରେ ହାତରେ ହାଘାତ ଲାଗିଥିଲା। ଏହା ସତ୍ବେ ସେ ବ୍ୟାଟିଂ ଜାରି ରଖି ଶତକ ହାସଲ କରିଥିଲେ। କିନ୍ତୁ ପରେ ସେ ଫିଲ୍ଡିଂ କରିବାକୁ ମଧ୍ୟ ଆସି ନ ଥିଲେ। ତାଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ଫିଲ୍ଡିଂ କରିଥିଲେ। ଆଙ୍ଗୁଠିରେ ଆଘାତ କାରଣରୁ ଧାୱନ ଆଗାମୀ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବା ସମ୍ଭାବନା କମ୍‌ ରହିଛି। ଏସବୁ ମ୍ୟାଚରେ ଜୁନରେ ଖେଳାଯିବ।

- Advertisement -

ଧାୱନଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆ ରୋହିତ ଶର୍ମା ଓ କେ.ଏଲ. ରାହୁଲଙ୍କ ଜରିଆରେ ଇନିଂସ ଓପନ କରିପାରେ ବୋଲି ଚର୍ଚ୍ଚା ହେଉଛି। ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଯଦି ଏପରି ନିଷ୍ପତ୍ତି ନିଏ ତେବେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ପୁଣି ପୁରୁଣା ସମସ୍ୟା ସୃଷ୍ଟି ହେବ। ପୂର୍ବରୁ ୪ ନମ୍ବରରେ କିଏ ବ୍ୟାଟିଂ କରିବ ତାହାକୁ ନେଇ ଅନେକ ତର୍ଜମା କରାଯିବା ପରେ ରାହୁଲ ସେହି ସ୍ଥାନ ପୂରଣ କରିଥିଲେ। ବର୍ତ୍ତମାନ ସେ ଯଦି ଓପନିଂ କରିବେ, ତେବେ ତାଙ୍କ ସ୍ଥାନରେ ୪ ନମ୍ବରରେ କାହାକୁ ଚୟନ କରାଯିବ ସେ ନେଇ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ରିଷଭ ପନ୍ତ ଏବଂ ଆମ୍ବାତି ରାୟୁଡୁ ମଧ୍ୟ ଧାୱନଙ୍କ ସ୍ଥାନରେ ରୋହିତଙ୍କ ସହିତ ଇନିଂସ ଓପନ କରିପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ରାହୁଲ ଓପନିଂ କଲେ ୪ ନମ୍ବରରେ ମୁମ୍ବଇ ବ୍ୟାଟ୍ସମ୍ୟାନ ତଥା ଇଣ୍ଡିଆ ‘ଏ’ର ଅଧିନାୟକ ଶ୍ରେୟସ ଆୟରଙ୍କୁ ତାଙ୍କ ସ୍ଥାନରେ ନିଆଯିବା ନେଇ ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇପାରେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories