www.samajalive.in
Thursday, December 11, 2025
13.1 C
Bhubaneswar

କିଛି ଟିପ୍ସ, ଯାହାଦ୍ବାରା ସର୍ବଦା ବଜାୟ ରହିବ ସୁନ୍ଦରତା

ସାଧାରଣତଃ ଏକ ସୁନ୍ଦର ଚେହେରା ପାଇବାକୁ ସବୁ ନାରୀଙ୍କର ଆଶା ଥାଏ। ଏଥିପାଇଁ ସେମାନେ ଅନେକ ଟଙ୍କା ଖର୍ଚ୍ଚ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ କରି ଅନେକ ଉପଚାର ମଧ୍ୟ କରାଇଥାଆନ୍ତି। ତେବେ ଏପରି କିଛି ଟିପ୍ସ ବା ସାବଧାନତା ଅଛି ଯାହାକୁ ଅବଲମ୍ବନ କରିବା ଦ୍ବାରା ଏକ ସୁନ୍ଦର ଚେହେରା ପାଇବା ସହିତ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିପାରିବେ। ଚାଲନ୍ତୁ ଜାଣିବା ସେହି ସବୁ ଟିପ୍ସ ବିଷୟରେ –

– ସକାଳର ଆରମ୍ଭ ଲେମ୍ବୁପାଣିରୁ କରନ୍ତୁ। ଏହା ଦ୍ବାରା ଶରୀରର ସମସ୍ତ ଦୂଷିତ ପଦାର୍ଥ ବାହାରକୁ ବାହାରିଯିବ।
– ପ୍ରତିଦିନ ଅନ୍ତତଃ ୩ ଲିଟର ପାଣି ପିଅନ୍ତୁ। ଏହା ଦ୍ବାରା ଆପଣଙ୍କ ତ୍ବଚା ସୁସ୍ଥ ରହିବ।
– ତ୍ବଚା ଅନୁଯାୟୀ ଫେସୱାସ୍ କିଣନ୍ତୁ।
– ଯେତେବେଳେ ବି ମୁହଁ ଧୋଇବେ ମଶ୍ଚରାଇଜର୍ ନିଶ୍ଚୟ ଲଗାନ୍ତୁ।
– ସପ୍ତାହରେ ଥରେ ନିଶ୍ଚୟ ସ୍କ୍ରବ୍ କରନ୍ତୁ। ଏହା ଦ୍ବାରା ମୃତ କୋଷୀକାଗୁଡ଼ି୍କ ବାହାରିଯିବ।
– ଚେହେରାକୁ ବାରମ୍ବାର ଛୁଅନ୍ତୁ କିମ୍ବା ରଗଡ଼ନ୍ତୁ ନାହିଁ। ବ୍ରଣ ହୋଇଥିଲେ ଏପରି ବିଲକୁଲ୍ କରନ୍ତୁନି।
–ଚେହେରାକୁ ପ୍ରତିଦିନ ଟୋନର୍, କ୍ଲିଞ୍ଜର ଏବଂ ଗୋଲାପ ଜଳରେ ସଫା କରନ୍ତୁ।
– ଯେତେବେଳେ ବି ବାହାରକୁ ଯିବେ ସନସ୍କ୍ରିନ୍ ନିଶ୍ଚୟ ଲଗାନ୍ତୁ।
–ଆଖିତଳ କଳା ପଡ଼ିବାରୁ ମୁକ୍ତି ପାଇବାକୁ ହେଲେ ଅତିକମରେ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।
– ଯଦି ଓଠ ଫାଟୁଛି ତେବେ ଲିପ୍ ବାମ୍ ନିଶ୍ଚୟ ଲଗାନ୍ତୁ।
– ସୁନ୍ଦର ଦାନ୍ତ ପାଇଁ ଦିନକୁ ଦୁଇଥର ବ୍ରଶ୍ କରନ୍ତୁ।
– ଯଦି ଚା, କଫି କିମ୍ବା କୌଣସି ଜୁସ୍ ପିଇଛନ୍ତି ତେବେ ଟିଥ୍ ହ୍ବାଇଟନରରେ ଦାନ୍ତ ନିଶ୍ଚୟ ସଫା କରନ୍ତୁ।
– ସେହିପରି ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଆଇବ୍ରୋ ସେପ୍ ନିଶ୍ଚୟ କରନ୍ତୁ।
– ଆଖି ପତା ଲମ୍ବା କରିବାକୁ ଚାହୁଁଥିଲେ ପ୍ରତିଦିନ ନଡିଆ ତେଲ ଲଗାଇ ଶୁଅନ୍ତୁ।
– ସପ୍ତାହକୁ ଦୁଇ ଥର ଶାମ୍ପୋ ନିଶ୍ଚୟ କରନ୍ତୁ। ଶାମ୍ପୋ କରିବା ପୂର୍ବଦିନ ରାତିରେ କେଶରେ ଭଲ ଭାବରେ ତେଲ ମାଲିସ୍ କରନ୍ତୁ। ଏପରି କଲେ କେଶ ସୁନ୍ଦର ହୋଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories