ବାଲେଶ୍ୱର : ବାଲେଶ୍ୱର ଜିଲାସ୍ଥିତ ସୋର ରେଲୱେ ଷ୍ଟେସନରେ ଥିବା ଏକ ମାଲବାହୀ ଟ୍ରେନରେ ସୋମବାର ଅଗ୍ନିକାଣ୍ଡ ହୋଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି। ଟ୍ରେନଟି ଷ୍ଟେସନରେ ଅଟକି ରହିଥିବାରୁ ସେହି ଲାଇନରେ ଆସୁଥିବା ଟ୍ରେନର ଯାତାୟତରେ ବାଧା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ସୋର ରେଲୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲଗାଡ଼ିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ମାଲଗାଡ଼ିଟି କୋଇଲା ବୋଝେଇ କରି ପାରାଦୀପରୁ ହଳଦିଆ ଯାଉଥିଲା।
ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ
Popular Categories



