www.samajalive.in
Saturday, December 13, 2025
21.1 C
Bhubaneswar

ମୋଦୀଙ୍କୁ ଇମ୍ରାନଙ୍କ ଚିଠି; ଶାନ୍ତି ପାଇଁ ଏକାଠି କାମ କରିବାକୁ ଅନୁରୋଧ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଶାନ୍ତି ପାଇଁ ଏକତ୍ର କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ କୁଟନୈତିକ ସ୍ତରରେ ଆଲୋଚନା ଆରମ୍ଭ କରିବାକୁ ଚିଠିରେ ଅନୁରୋଧ କରାଯାଇଛି।

ଗତ ଜୁନ୍‌ ୨ରେ ଇମ୍ରାନ ମୋଦୀଙ୍କ ସହ କଥା ହୋଇଥିଲେ। ଲୋକସଭା ନିର୍ବାଚନରେ ମୋଦୀଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ। ୨ୟ ଥର ପାଇଁ ଇମ୍ରାନ ମୋଦୀଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇ ନୂଆଦିଲ୍ଲୀକୁ ଚିଠି ଲେଖିଛନ୍ତି। ଦକ୍ଷିଣ ଏସିଆରେ ଦୀର୍ଘକାଳୀନ ଶାନ୍ତି ଏବଂ ସ୍ଥିରତା ପାଇଁ ଏକାଠି କାମ କରିବା ସହିତ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଚିଠିରେ ଉଲ୍ଲେଖ କରିଥିବା ପାକିସ୍ତାନର ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି।

- Advertisement -

ସେହିପରି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କୁ ମଧ୍ୟ ଏକ ଚିଠି ଲେଖି ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ପାକିସ୍ତାନ ନୂଆଦିଲ୍ଲୀ ସହ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ପାକିସ୍ତାନ ପ୍ରତିବଦ୍ଧ ବୋଲି କ୍ୟୁରେଶୀ ଚିଠିରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ୨୦୧୬ ଜାନୁୟାରୀରେ ପଠାନକୋଟସ୍ଥିତ ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ବପାକ୍ଷିକ ଆଲୋଚନା ବନ୍ଦ ରହିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories