www.samajalive.in
Saturday, December 13, 2025
21.1 C
Bhubaneswar

ମୋଦୀଙ୍କ ନେତୃତ୍ଵରେ ବିଜେପି ୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ: ରାମ ମାଧବ

ଅଗରତାଲା: ଭାରତ ଯେତେବେଳେ ଏହାର ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ, ସେତେବେଳେ ଦେଶ ‘ବିଶ୍ଵ ଗୁରୁ’ ଭାବେ ଉଭା ହେବ ଏବଂ ମୋଦୀଙ୍କ ନେତୃତ୍ଵରେ ବିଜେପି କ୍ଷମତାରେ ରହିବ। ବିଜେପିର ସାଧାରଣ ସମ୍ପାଦକ ରାମ ମାଧବ ଏଭଳି ପୂର୍ବାନୁମାନ କରିଛନ୍ତି। ତ୍ରିପୁରାର ଅଗରତାଲାରେ ଏକ ରାଲିରେ ଉଦବୋଧନ ଦେଇ ରାମ ମାଧବ କହିଛନ୍ତି, ଦୀର୍ଘ ସମୟ ପର୍ଯ୍ୟନ୍ତ କେନ୍ଦ୍ରରେ କ୍ଷମତାରେ ରହିବାରେ ବିଜେପି କଂଗ୍ରେସର ରେକର୍ଡ ଭଙ୍ଗ କରିବ। ଲୋକସଭା ନିର୍ବାଚନରେ ମୋଦୀଙ୍କ ନେତୃତ୍ଵରେ ଗେରୁଆ ଦଳର ବିଜୟକୁ ପ୍ରଶଂସା କରି ସେ କହିଛନ୍ତି, ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ।

ରାମ ମାଧବ ଆହୁରି କହିଥିଲେ, ୨୦୨୨ରେ ଆମେ ଏକ ନୂଆ ଭାରତ ଗଢ଼ିବୁ, ଯେଉଁଠି କେହି ବାସହୀନ ନ ଥିବେ କି ବେକାର ସମସ୍ୟା ନ ଥିବ। ରାଷ୍ଟ୍ରବାଦ ଏବଂ ଦେଶ ନାଁରେ ଲୋକଙ୍କ ଭାବନା ସହ ଖେଳି ବିଜେପି କ୍ଷମତାକୁ ଆସିଛି ବୋଲି ବିରୋଧୀମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହାକୁ ସେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରବାଦ ବିଜେପିର ଡିଏନଏରେ ରହିଛି। ଏହା ବିଜେପିର ପରିଚୟ। ନିର୍ବାଚନ ସମୟରେ ହେଉ କି ନିର୍ବାଚନ ନ ଥାଉ, ବିଜେପି ଅର୍ଥ ରାଷ୍ଟ୍ରବାଦ ଏବଂ ରାଷ୍ଟ୍ରବାଦ ଅର୍ଥ ବିଜେପି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories