www.samajalive.in
Sunday, December 14, 2025
16.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବଡ଼ସାହି : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି-ବେତନଟୀ ରାସ୍ତାର ବାଘମରା ନିକଟରେ ଶୁକ୍ରବାର ଅପରାହ୍ଣରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ଘଟିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଚନ୍ଦନପୁର ପଞ୍ଚାୟତ, ବିଦ୍ୟାଧରଖୁଣ୍ଟା ଗ୍ରାମର ଜୟନ୍ତ ଓରଫ ତପନ କୁମାର ମହାନ୍ତ(୩୦) । ତପନ ନିଜର ବାଇକ ଯୋଗେ ଯାଉଥିବା ବେଳେ ବିପରୀତ ପଟୁ ବେତନଟୀ ତୁଳସୀଚୌରାର ବାହାଦୁର ସିଂ(୫୦) ତାଙ୍କ   ବାଇକରେ ଆସୁଥିଲେ। ଭାରସାମ୍ୟ ହରାଇ ପରସ୍ପରଙ୍କ ମଧ୍ୟରେ ଧକ୍କା ହୋଇଥିଲା । ବାହାଦୁର ଗୁରୁତର ଆହାତ ଥିବାରୁ ତାଙ୍କୁ ବେତନଟୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‍ ୨ଟି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହିତ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି । ମୃତ ଜୟନ୍ତ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ସେ ୪ଚକିଆ ଯାନର ଚାଳକ ଭାବେ କାର୍ଯ୍ୟ କରୁଥିଲେ । ଘରେ ତାଙ୍କ ଉପରେ ନିର୍ଭଶୀଳ ବୃଦ୍ଧା ମା’ ପତ୍ନୀ ଓ ୨ସନ୍ତାନ ବର୍ତ୍ତମାନ ବେସାହାରା ହୋଇପଡ଼ିଛନ୍ତି । ତାଙ୍କ ପରିବାର ନିନ୍ତେ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories