www.samajalive.in
Thursday, December 11, 2025
16.1 C
Bhubaneswar

ଗା’ ଦାଣ୍ଡରେ ସାନ ଭାଇ ଓ ଭାଇ ବୋହୂଙ୍କୁ ମାଡ ଅଭିଯୋଗରେ ବଡଭାଇ ଅଟକ  

କେନ୍ଦ୍ରାପଡ଼ା : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସାନ ଭାଇ ଓ ଭାଇବୋହୂଙ୍କୁ ବାନ୍ଧି ବିଚ୍ ରାସ୍ତାରେ ମାଡ ମାରିବା ଅଭିଯୋଗରେ ବଡଭାଇକୁ ପୁଲିସ ଥାନାରେ ଅଟକ ରଖିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ରାମକଣି ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ବିଜୟ ବେହେରା ଓ ତାଙ୍କ ସାନ ଭାଇ ଅଜୟ ବେହେରାଙ୍କ ମଧ୍ୟରେ ପ୍ରାୟ ୧୫ ବର୍ଷ ଧରି ଜମି ବିବାଦ ଲାଗି ରହିଥିଲା। ଶୁକ୍ରବାର ସକାଳେ ବଡ ଭାଇ ବିଜୟ ନୂଆଘର ତିଆରି କରୁଥିବା ବେଳେ ସାନ ଭାଇ ଅଜୟ ଏହାକୁ ବିରୋଧ କରିଥିଲେ। ଏହାସହ ବାପାଙ୍କୁ ମଧ୍ୟ ଅକ୍ରମଣ କରିଥିଲେ। ଏଥିରେ ବଡ଼ ଭାଇ ବିଜୟ, ତାଙ୍କ ସ୍ତ୍ରୀ ଓ ପୁଅ ଉତ୍ତ୍ୟକ୍ତ ହୋଇ ସାନ ଭାଇ ଅଜୟକୁ ମାଡ ମାରିଥିଲେ । ଅଜୟଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବାରୁ ସେମାନେ ତାକୁ ବି ଛାଡି ନଥିଲେ । ଗାଁ ଦାଣ୍ଡରେ ଉଭୟ ସ୍ବାମୀ ସ୍ତ୍ରୀ ଉଭୟଙ୍କୁ ରଶିରେ ବାନ୍ଧି ମାଡ ମାରିଥିଲେ । ଗାଁ ଲୋକ ଏହାକୁ ବିରୋଧ କରିବାରୁ ବିଜୟଙ୍କ ପୁଅ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି । ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବଡ ଭାଇ ବିଜୟ ଓ ତାଙ୍କ ପୁଅକୁ ଥାନାକୁ ଉଠାଇ ନେଇ ଅଟକ ରଖିଛି । ସାନ ଭାଇ ଅଜୟକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories