ଥିମ୍ପୁ : ବିଦେଶ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଶୁକ୍ରବାର ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ଏହି ଗସ୍ତରେ ସେ ନିଜ ଭୁଟାନ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଓ ପ୍ରଧାନମନ୍ତ୍ରୀ ଲୋତେ ସେରିଙ୍ଗଙ୍କୁ ସାକ୍ଷାତ କରିବେ। ତାଙ୍କର ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଭୁଟାନ ରାଜଧାନୀ ଥିମ୍ପୁରେ ପହଞ୍ଚିବା ପରେ ଡ. ଏସ୍ ଜୟଶଙ୍କରଙ୍କୁ ଭୁଟାନ ବିଦେଶ ମନ୍ତ୍ରୀ ତାଣ୍ଡି ଦୋରଜି ସ୍ୱାଗତ କରିଥିଲେ। ଏନେଇ ଗୁରୁବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ପଡୋଶୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ଗୁରୁତ୍ୱ ଦେଇଛି। ବିଦେଶ ମନ୍ତ୍ରୀ ଡ. ଏସ୍ ଜୟଶଙ୍କରଙ୍କ ଭୁଟାନ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବ ଓ ସହଯୋଗକୁ ଅଧିକ ମଜଭୁତ କରିବାରେ ସହାୟକ ହେବ।
ଭୁଟାନ ଗସ୍ତରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର
Popular Categories



