www.samajalive.in
Monday, December 8, 2025
24.1 C
Bhubaneswar

ଏହି ମନ୍ଦିରରେ ପ୍ରଭୁ ମହେଶ୍ୱର ନନ୍ଦିଙ୍କ ବିନା ବିରାଜିତ

ମହାରାଷ୍ଟ୍ରର ନାସିକ ସହର କୁମ୍ଭ ମେଳା ପାଇଁ ଖୁବ ପ୍ରସିଦ୍ଧ ମାତ୍ର ଏହା ବ୍ୟତୀତ ଏହା ଅନ୍ୟ ଏକ କାରଣରୁ ମଧ୍ୟ ପ୍ରସିଦ୍ଧ ଅଟେ। ନାସିକ ସହରର ଗୋଦାବରୀ ନଦୀ ତଟରେ ଏପରି ଏକ ଶିବ ମନ୍ଦିର ରହିଛି ଯେଉଁଠାରେ ତାଙ୍କର ପରମ ଭକ୍ତ ନନ୍ଦି ନାହାନ୍ତି। ଏହି ମନ୍ଦିର ହେଉଛି କପାଳେଶ୍ୱର ମହାଦେବ ମନ୍ଦିର। ଏହା ସଂସାରର ଏକ ମାତ୍ର ଏପରି ଶିବ ମନ୍ଦିର ଯେଉଁ ଠାରେ ତାଙ୍କର ପ୍ରିୟ ଭକ୍ତ ନନ୍ଦି ସ୍ଥାପିତ ହୋଇନାହାନ୍ତି। ଶିବଙ୍କ ନିକଟରେ ତାଙ୍କର ତ୍ରିଶୁଳ, ନାଗ ଏବଂ ତାଙ୍କର ବାହନ ନନ୍ଦି ବିନା ସେ ସଂପୂର୍ଣ୍ଣ ଲାଗି ଥାଆନ୍ତି।
ପୌରାଣିକ କଥା ଅନୁଯାୟୀ ଏହି ମନ୍ଦିରରେ ଏକଦା ଭଗବାନ ଶିବ ବାସ କରିଥିଲେ। ସେହି ସମୟରେ ବ୍ରହ୍ମାଙ୍କର ପଞ୍ଚମୁଖ ଥିଲା। ତାଙ୍କ ଚାରି ମୁଖ ବେଦ ଉଚ୍ଚାରଣ କରୁଥିଲେ। ମାତ୍ର ପଞ୍ଚମ ମୁଖଟି ନିନ୍ଦା କରୁଥିଲେ। ନିନ୍ଦା କରୁଥିବା ମୁଖ ଉପରେ ଭଗବାନ ଶିବ କ୍ରୋଧିତ ହୋଇ ସେହି ମୁଖକୁ ବ୍ରହ୍ମାଙ୍କ ଶରୀର ଠାରୁ ଅଲଗା କରିଦେଇଥିଲେ। ଏହି କାରଣରୁ ଭଗବାନ ଶିବଙ୍କୁ ବ୍ରହ୍ମ ହତ୍ୟାର ପାପ ଲାଗିଥିଲା। ସେହି ପାପରୁ ମୁକ୍ତି ପାଇବା ପାଇଁ ପ୍ରଭୁ ଶିବ ବ୍ରହ୍ମାଣ୍ଡ ସାରା ବିଚରଣ କଲେ ମଧ୍ୟ କୌଣସି ଉପାୟ ମିଳିନଥିଲା। ଏପରି ଥରେ ପ୍ରଭୁ ମହାଦେବ ସୋମେଶ୍ୱର ଠାରେ ବସିଥିଲେ, ଏକ ବାଛୁରୀ ଦ୍ୱାରା ତାଙ୍କୁ ଏହି ପାପରୁ ମୁକ୍ତି ପାଇବାର ଉପାୟ ମିଳିଥିଲା। ସେହି ବାଛୁରୀ ନନ୍ଦି ଥିଲେ। ନନ୍ଦି ପ୍ରଭୁ ଶିବଙ୍କ ସହ ଗୋଦାବରୀର ରାମକୁଣ୍ଡ ପର୍ଯ୍ୟନ୍ତ ଯାଇଥିଲେ। ସେହି କୁଣ୍ଡରେ ସ୍ନାନ କରିବାକୁ ମଧ୍ୟ କହିଥିଲେ। ସ୍ନାନ କରିବା ପରେ ପ୍ରଭୁ ମହାଦେବ ବ୍ରହ୍ମହତ୍ୟା ପାପରୁ ମୁକ୍ତି ପାଇଥିଲେ। ଏହି କାରଣରୁ ସେ ନନ୍ଦିଙ୍କୁ ନିଜର ଗୁରୁ ବୋଲି ମାନିଥିଲେ ଏବଂ ସ୍ୱୟଂ ଶିବ ଲିଙ୍ଗ ରୂପରେ ସ୍ଥାପିତ ହୋଇଥିଲେ। ଯେହେତୁ ସେ ଏଠାରେ ନନ୍ଦିଙ୍କୁ ନିଜର ଗୁରୁ ବୋଲି ମାନିଥିଲେ, ସେ ତାଙ୍କୁ ନିଜ ସମ୍ମୁଖରେ ବସିବାକୁ ମନାକରିଥିଲେ। ଏହି କାରଣରୁ ଏହି ମନ୍ଦିରରେ ପ୍ରଭୁ ଶିବଙ୍କ ସମ୍ମୁଖରେ ନନ୍ଦି ନାହାନ୍ତି ଓ ନନ୍ଦିଙ୍କ ବିନା ଏଠାରେ ପ୍ରଭୁ ମହେଶ୍ୱର ବିରାଜିତ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories