www.samajalive.in
Monday, December 8, 2025
13.1 C
Bhubaneswar

‘ବଳିଦାନ’ ବ୍ୟାଜ୍‌ ସାମ୍ପ୍ରଦାୟିକ ଓ ରାଜନୈତିକ ବାର୍ତ୍ତା ଦେଉ ନ ଥିଲେ ଧୋନୀ ଗ୍ଲୋଭ୍‌ସ ପିନ୍ଧିପାରିବେ: ଆଇସିସି

ନୂଆଦିଲ୍ଲୀ: ବିଶ୍ଵକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନୀ ପିନ୍ଧିଥିବା ଗ୍ଲୋଭ୍‌ସକୁ ନେଇ ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଆପତ୍ତି ଉଠାଇବା ପରେ ବିବାଦ ସୃଷ୍ଟି ହୋଇଛି। ଗ୍ଲୋଭ୍‌ରେ ଲାଗିଥିବା ‘ବଳିଦାନ’ ବ୍ୟାଜ୍‌କୁ ହଟାଇବା ଲାଗି ଆଇସିସି ଧୋନୀଙ୍କୁ ନିର୍ଦେଶ ଦେଇଥିଲା। କିନ୍ତୁ ବିସିସିଆଇ ଧୋନୀଙ୍କୁ ସମର୍ଥନ କରି ଆଇସିସିକୁ ଚିଠି ଲେଖି ଧୋନୀଙ୍କୁ ‘ବଳିଦାନ’ ବ୍ୟାଜ୍‌ ଲାଗିଥିବା ଗ୍ଲୋଭ୍‌ସ ପିନ୍ଧିବାକୁ ଅନୁମତି ଦେବା ପାଇଁ ଅନୁରୋଧ କରିଛି। ଏହା ପରେ ଆଇସିସି ଏହା ଉପରେ ପୁନର୍ବିଚାର କରିବ ବୋଲି କହିଛି। ଏହା ସହିତ ଗୋଟିଏ ସର୍ତ୍ତରେ ଧୋନୀଙ୍କୁ ଉକ୍ତ ଗ୍ଲୋଭ୍‌ସ ପିନ୍ଧିବାକୁ ଅନୁମତି ଦିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଏକ ଜାତୀୟ ଗଣମାଧ୍ୟମକୁ ଆଇସିସି କହିଛି ଯେ, ଯଦି ବିସିସିଆଇ ଆଇସିସିକୁ ବିଶ୍ଵାସ ଦେଇପାରିବ ଯେ ଧୋନୀ ପିନ୍ଧିଥିବା ଉଇକେଟ କିପିଂ ଗ୍ଲୋଭ୍‌ସରେ ଥିବା ବ୍ୟାଜ୍‌ କୌଣସି ଧାର୍ମିକ, ସାମ୍ପ୍ରଦାୟିକ କିମ୍ବା ରାଜନୈତିକ ବାର୍ତ୍ତା ଦେଉ ନ ଥିବ, ତା’ହେଲେ ତାଙ୍କୁ ଗ୍ଲୋଭ୍‌ସ ପିନ୍ଧିବାକୁ ଅନୁମତି ମିଳିପାରିବ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories