www.samajalive.in
Wednesday, December 10, 2025
14.1 C
Bhubaneswar

ବାଜପେୟୀଙ୍କ ବାସଭବନରେ ରହିପାରନ୍ତି ଅମିତ ଶାହ

ନୂଆଦିଲ୍ଲୀ: ନୂଆଦିଲ୍ଲୀର କ୍ରିଷ୍ଣା ମେନନ ମାର୍ଗରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବଙ୍ଗଳା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବଣ୍ଟନ କରାଯାଇପାରେ। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି।

କ୍ରିଷ୍ଣା ମେନନ ମାର୍ଗରେ ଥିବା ‘୬ଏ’ ବଙ୍ଗଳା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଲାଗି ତାଲିକାଭୁକ୍ତ କରାଯାଇଛି। ଆଗାମୀ ଏକ ମାସ ମଧ୍ୟରେ ସ୍ବତନ୍ତ୍ର ସୁରକ୍ଷା ବାହିନୀ(ଏସଓଜି)ର କ୍ଲିୟରାନ୍ସ ସମେତ ଅନ୍ୟାନ୍ୟ ଔପଚାରିକତା ​‌ଶେଷ ହେବା ପରେ ବାସଭବନ ଆବଣ୍ଟନ କରାଯିବ ବୋଲି ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

- Advertisement -

ପୂର୍ବରୁ ଅମିତ ଶାହଙ୍କୁ କେନ୍ଦ୍ରୀୟ ଦିଲ୍ଲୀର ଆକବର ରୋଡ୍‌ରେ ଥିବା ବାସଭବନ ଆବଣ୍ଟନ କରାଯାଇଥିଲା। ବାଜପେୟୀଙ୍କୁ କ୍ରିଷ୍ଣା ମେନନ ମାର୍ଗରେ ଥିବା ବଙ୍ଗଳାକୁ ୨୦୦୪ରେ ଦିଆଯାଇଥିଲା। ବାଜପେୟୀ ସେଠାରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପାଖାପାଖି ୧୪ ବର୍ଷ ରହିଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଭାବେ ଆବଣ୍ଟିତ ବାସଭବନକୁ ୮ କ୍ରିଷ୍ଣା ମେନନ ମାର୍ଗରୁ ‘୬ଏ’କୁ ପରିବର୍ତ୍ତନ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories