www.samajalive.in
Wednesday, December 10, 2025
14.1 C
Bhubaneswar

ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ବୃଦ୍ଧି ଶିବିର ଆୟୋଜିତ

ଯୋଡା: ଜିଲା ଖଣିଜ ପାଣ୍ଠି ଟ୍ରଷ୍ଟ (ଡିଏମଏଫ) ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ଯୋଡା ବ୍ଲକ ସଭାଗୃହ କକ୍ଷରେ ଏକ ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ବୃଦ୍ଧି ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରାମର୍ଶ ଶିବିର ସମ୍ପନ୍ନ ହୋଇଯାଇଛି। ଯୋଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଶ୍ୱଜୀତ୍‍ ନାଏକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟୀତ୍ୱରେ ଥିବା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଏହି ଶିବିରରେ ଅତିଥି ରୂପେ ଯୋଗଦେଇ ଏହାର ଉଦ୍‍ଘାଟନ କରିଥିଲେ। ଜିଲା ଖଣିଜ ପାଣ୍ଠି ଟ୍ରଷ୍ଟ (ଡିଏମଏଫ)ର ବରିଷ୍ଠ ପ୍ରକଳ୍ପ ଅଧିକାରୀ ଅପର୍ଣ୍ଣା ଦାସଙ୍କ ପୌରହିତ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲେ।

ଏଥିରେ ଯୋଡା ବ୍ଲକ ଅନ୍ତର୍ଗତ ସମସ୍ତ ୧୯ଟି ପଞ୍ଚାୟତ ସମେତ ଯୋଡା ଏବଂ ବଡବିଲ ପୌରାଞ୍ଚଳର ସମୁଦାୟ ୩୧୭ ବେକାର ଯୁବକ ଓ ଯୁବତୀ ଏହି ଶିବିରରେ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ଶିବିରରେ ୧୩୬ ଜଣ ଯୁବକ ଓ ୧୮୧ ଜଣ ଯୁବତୀ ଯୋଗ ଦେଇଥିଲେ। ଯୋଗ୍ୟତା ଆଧାରରେ ସିପେଟ୍‍ ସର୍ବାଧିକ ୧୫୬ ଜଣଙ୍କୁ ଟ୍ୟାଗିଙ୍ଗ୍‍ କରିଥିବା ସମୟରେ ସିଟିଟିସି ୮୫ ଓ ଏସଆଇଏଚଏମ ୩୦ ଜଣଙ୍କୁ ଟ୍ୟାଗ୍‍ କରିଥିବାର ଖବର ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories