www.samajalive.in
Wednesday, December 10, 2025
14.1 C
Bhubaneswar

ଦଳ ଛାଡ଼ିବେ ତେଲଙ୍ଗାନା କଂଗ୍ରେସର ୧୨ ବିଧାୟକ

ହାଇଦରାବାଦ : ଲୋକସଭା ନିର୍ବାଚନର ଶୋଚନୀୟ ପରାଜୟ ଗ୍ଲାନିରୁ ବାହାରି ପାରିନଥିବା କଂଗ୍ରେସକୁ ତେଲଙ୍ଗାନାରୁ ବଡ଼ ଝଟକା ଲାଗିଛି। ତେଲଙ୍ଗାନା କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ୧୨ଜଣ ଦଳ ଛାଡ଼ିବାକୁ ବିଧାନସଭାରେ ଆବେଦନ କରିଛନ୍ତି। ସେମାନେ ନିଜ ଦଳୀୟ ପରିଚୟ କଂଗ୍ରେସରୁ ବଦଳାଇ ତେଲଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍‍) କରିବାକୁ ବିଧାନସଭା ବାଚସ୍ପତିଙ୍କୁ କହିଛନ୍ତି। କଂଗ୍ରେସର ତିନି ଭାଗରୁ ଦୁଇ ଭାଗ ବିଧାୟକ ଦଳ ବଦଳାଉଥିବାରୁ ସେମାନଙ୍କ ସଦସ୍ୟତା ରଦ୍ଦ ହେବ ନାହିଁ। କାରଣ ତିନି ଭାଗରୁ ଦୁଇ ଭାଗ ବିଧାୟକ ଦଳ ବଦଳାଇବା ସ୍ଥିତିରେ ଦଳବଦଳ ବିରୋଧୀ ଆଇନ ଲାଗୁ ହୁଏ ନାହିଁ।
ପ୍ରକାଶ ଯେ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଟିଆରଏସ୍‍ ୧୧୯ରୁ ୮୮ ଆସନ ଜିତି ଏକାକୀ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିଛି। ଏଠାରେ କଂଗ୍ରେସ ୧୮ ବିଧାନସଭା ଆସନରେ ବିଜୟୀ ହୋଇଥିଲା। ନିର୍ବାଚନ ପରଠାରୁ କଂଗ୍ରେସରେ ଅନ୍ତଃକନ୍ଦଳ ଲାଗି ରହିଥିଲା। କଂଗ୍ରେସର ଅନେକ ନେତା ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିଲେ। କଂଗ୍ରେସର ୧୮ ବିଧାୟକ ମଧ୍ୟରୁ ୧୨ ଜଣ ବାଚସ୍ପତିଙ୍କୁ ପତ୍ର ଲେଖି ଟିଆରଏସ୍‍ରେ ସାମିଲ ହେବାକୁ କହିଛନ୍ତି। ସମସ୍ତେ ଖୁବଶୀଘ୍ର କଂଗ୍ରେସରୁ ଇସ୍ତଫା ଦେଇ ଟିଆରଏସ୍‍ରେ ଆନୁଷ୍ଠାନିକ ଭାବେ ଯୋଗଦେବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories