www.samajalive.in
Tuesday, December 9, 2025
16.1 C
Bhubaneswar

ବଙ୍ଗାଳୀଙ୍କୁ ନେଇ ମେଘାଳୟ ରାଜ୍ୟପାଳଙ୍କ ବିବାଦୀୟ ବୟାନ

ମେଘାଳୟ : ବଙ୍ଗାଳୀ ଭାଷାଭାଷୀ ଲୋକଙ୍କୁ ନେଇ ମେଘାଳୟ ରାଜ୍ୟପାଳ ତଥାଗତ ରାୟ ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତଥାଗତ ରାୟ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ପଶ୍ଚିମବଙ୍ଗ କେବେ ମହାନ ଥିଲା ଏବେକାର ଦିନରେ ଆଉ ସେ ମହାନତା ନାହିଁ। ଏବେ ବଙ୍ଗାଳୀ ଲୋକ ଘର ସଫା କରନ୍ତୁ ଓ ଝିଅରେ ବାରରେ ନାଚନ୍ତି। କିଛି ରାଜ୍ୟରେ ହିନ୍ଦୀ ଭାଷା ପଢାକୁ ବିରୋଧ କରି ପ୍ରଦର୍ଶନ କରାଯିବା ପରେ ସେନେଇ ତଥାଗତ କେତେକ ଟ୍ୱିଟ୍‍ କରିଥିଲେ।

ତଥାଗତ ହେଉଛନ୍ତି ପଶ୍ଚିମବଙ୍ଗ ନିବାସୀ ଓ ବିଜେପି ନେତା। ପଶ୍ଚିମବଙ୍ଗରେ ହିନ୍ଦୀ ଭାଷା ପଢା ବିରୋଧରେ ପ୍ରଦର୍ଶନକୁ ତଥାଗତ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହାକୁ ନେଇ ସେ ଟ୍ୱିଟ୍‍ କରିଥିଲେ ଯେ ଆସାମ, ମହାରାଷ୍ଟ୍ର ଏବଂ ଓଡ଼ିଶା ଅଣ ହିନ୍ଦୀ ଭାଷୀ ରାଜ୍ୟ ହୋଇଥିଲେ ବି ସେଠାରେ ହିନ୍ଦୀକୁ ବିରୋଧ କରାଯାଉନାହିଁ। କିନ୍ତୁ ବିଦ୍ୟାସାଗର, ରବୀନ୍ଦ୍ରନାଥ ଟାଗୋର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ଜାତୀୟ ନେତାଙ୍କ ଜନ୍ମଭୂମି ପଶ୍ଚିମବଙ୍ଗରେ ହିନ୍ଦୀ ଭାଷାକୁ ବିରୋଧ କରାଯାଉଛି। ଏହି ମହାପୁରୁଷଙ୍କ ଦିନ ଆଉ ନାହିଁ। ଏବେ ପଶ୍ଚିମବଙ୍ଗର ସେ ମହାନତା ନାହିଁ। ଏବେ ହରିୟାଣାରୁ ନେଇ କେରଳ ପର୍ଯ୍ୟନ୍ତ ବଙ୍ଗାଳୀ ପୁଅ ଘର ସଫା କରୁଛନ୍ତି ଓ ବଙ୍ଗାଳୀ ଝିଅ ମୁମ୍ବଇ ବାରରେ ନାଚୁଛନ୍ତି। ତଥାଗତଙ୍କ ମନ୍ତବ୍ୟକୁ ଟିଏମସି ଘୋର ବିରୋଧ କରିଛି। ଏନେଇ ଟିଏମସି ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। ସାଂସଦ କାକୋଲି ଘୋଷ ଦସ୍ତିଦାରରେ ଧାରଣାରେ ବସିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories