www.samajalive.in
Friday, December 12, 2025
26.1 C
Bhubaneswar

ଘରୋଇ ସ୍କୁଲ ନିଜ ନାଁରୁ ‘ପବ୍ଲିକ’ ଶବ୍ଦ କାଟିବା ଉଚିତ: ଜାତୀୟ ଶିକ୍ଷା ନୀତି ଚିଠା

ନୂଆଦିଲ୍ଲୀ: ଦେଶର ଅନେକ ଘରୋଇ ସ୍କୁଲଗୁଡ଼ିକୁ ନିଜ ନାଁରୁ ‘ପବ୍ଲିକ’ ଶବ୍ଦ ହଟାଇବାକୁ ପଡ଼ିପାରେ। କେ. କସ୍ତୁରିରଙ୍ଗନ କମିଟି ଦ୍ବାରା ଆଗତ ଜାତୀୟ ଶିକ୍ଷା ନୀତି ଚିଠାରେ ଏ ନେଇ ସୁପାରିସ କରାଯାଇଛି। ଯଦି କେନ୍ଦ୍ର ସରକାର ଏହି ଚିଠାକୁ ଗ୍ରହଣ କରନ୍ତି, ତା’ହେଲେ ଯେଉଁ ସ୍କୁଲଗୁଡ଼ିକ ନାଁରେ ‘ପବ୍ଲିକ’ ଶବ୍ଦ ରହିଛି ସେଗୁଡ଼ିକୁ ଆସନ୍ତା ୩ ବର୍ଷ ମଧ୍ୟରେ ବଦଳାଇବାକୁ ପଡ଼ିବ।

ଘରୋଇ ବ୍ୟକ୍ତି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ବାରା ‘ପବ୍ଲିକ’ ଶବ୍ଦର ବ୍ୟବହାର ଉପରେ କମିଟି ପ୍ରଶ୍ନ ଉଠାଇଛି। କେବଳ ସରକାରୀ ସ୍କୁଲଗୁଡ଼ିକ ଏହି ଶବ୍ଦ ବ୍ୟବହାର କରିପାରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି। ଘରୋଇ ସ୍କୁଲଗୁଡ଼ିକ ସେମାନଙ୍କର କୌଣସି ଯୋଗାଯୋଗ, କାଗଜପତ୍ର ଏବଂ ନିଜର ସ୍ଥିତି ସମ୍ପର୍କରେ ଘୋଷଣା କରିବା ସମୟରେ ସ୍କୁଲ ନାଁରେ ‘ପବ୍ଲିକ’ ଶବ୍ଦ ବ୍ୟବହାର କରିବେ ନାହିଁ। ଯେଉଁ ସ୍କୁଲଗୁଡ଼ିକୁ ସରକାର ପାଣ୍ଠି ଯୋଗାଉଛନ୍ତି ଏବଂ ସରକାରୀ ଅନୁଦାନ ମିଳୁଛି ସେହି ସ୍କୁଲଗୁଡ଼ିକ ପବ୍ଲିକ ସ୍କୁଲ ବୋଲି କମିଟି ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିବା ଏହାର ରିପୋର୍ଟରେ ଦର୍ଶାଇଛି। କମିଟି ଏହା ମଧ୍ୟ କହିଛି ଯେ, ସ୍କୁଲଗୁଡ଼ିକ ଲାଭଜନକ ସଂସ୍ଥା ହେବା ଉଚିତ ନୁହେଁ। କମ୍ପାନୀ ଆଇନର ସେକ୍ସନ ୮ ଅନୁସାରେ କମ୍ପାନୀଗୁଡ଼ିକ ଚାରିଟେବୁଲ ପାଇଁ ପ୍ରତିଷ୍ଠା ହୋଇଛି, ଲାଭ ଉଦ୍ଦେଶ୍ୟରେ ନୁହେଁ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories