www.samajalive.in
Friday, December 12, 2025
27.1 C
Bhubaneswar

ଆମ ରାସ୍ତାରେ ଯିଏ ଆସିବ, ସେ ଭାଙ୍ଗି ଚୁରମାର ହୋଇଯିବ: ମମତା

କୋଲକାତା: ଜୟ ଶ୍ରୀରାମ ନାରାକୁ ନେଇ ବିଜେପି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହୋଇଛନ୍ତି। ଜୟ ଶ୍ରୀରାମ କହୁଥିବା ବ୍ୟକ୍ତିଙ୍କୁ ମମତା ଗିରଫ କରିବା ପରେ ବିଜେପି ତାଙ୍କୁ ଘେରିଛି। ଏହା ମଧ୍ୟରେ ମମତା ବୁଧବାର ଇଦ୍‌ ଅବସରରେ ବିଜେପିକୁ ପାଲଟା ଆକ୍ରମଣ କରି କଡ଼ା ସମାଲୋଚନା କରିଛନ୍ତି। ଆମ ରାସ୍ତାରେ ଯିଏ ଆସିବ, ସେ ଭାଙ୍ଗି ଚୁରମାର ହୋଇଯିବ ବୋଲି ମମତା ବିଜେପିକୁ ଟାର୍ଗେଟ କରି କହିଛନ୍ତି।

ଇଦ୍‌ ଅବସରରେ ମୁସଲମାନ ସମ୍ପ୍ରଦାୟଙ୍କୁ ଉଦବୋଧନ ଦେଇ ମମତା କହିଥିଲେ, କୌଣସି ପ୍ରସଙ୍ଗରେ ଚିନ୍ତା କରିବାର କିଛି ନାହିଁ। ଯିଏ ତାଙ୍କ ରାସ୍ତାରେ ଆସିବ, ସେ ନଷ୍ଟ ହୋଇଯିବ। ଆପଣମାନେ ୧୦ଦିନ ଧରି ଉପବାସ ରହିଛନ୍ତି। ଆପଣମାନେ କୌଣସି ସମସ୍ୟା ପାଇଁ ଚିନ୍ତିତ ହେବା ଦରକାର ନାହିଁ। ଭୟଭୀତ ହେବାର କୌଣସି କାରଣ ନାହିଁ। ତୁମେମାନେ ମାନବିକତାର ସହିତ ଭଲ କାର୍ଯ୍ୟ କର ଏବଂ ଉନ୍ନତି ପଥରେ ଆଗେଇ ଚାଲ।

- Advertisement -

ତେବେ ଲୋକସଭା ନିର୍ବାଚନରେ ବିଫଳତା ମିଳିବା ପରେ ମମତା ସଂଖ୍ୟାଲଘୁ ଭୋଟ ସଂରକ୍ଷିତ ରଖିବା ଲାଗି ଇଦ୍‌କୁ ଅସ୍ତ୍ର କରିଥିବା ଚର୍ଚ୍ଚା ହେଉଛି। ଗତ ସପ୍ତାହରେ ମମତା ଏକ ଫେସବୁକ ପୋଷ୍ଟ କରି ବିଜେପିକୁ ସମାଲୋଚନା କରିବା ସହ ଧାର୍ମିକ ସ୍ଳୋଗାନ ‘ଜୟ ଶ୍ରୀରାମ’କୁ ବିଜେପି ନିଜର ଦଳୟୀ ସ୍ଳୋଗାନ କରିଥିବା ଉଲ୍ଲେଖ କରିଥିଲେ।

ମମତା ଆହୁରି ଲେଖିଥିଲେ ଯେ, ଜୟ ଶ୍ରୀରାମ, ଜୟ ରାମଜୀ କି, ରାମନାମ ସତ୍ୟ ହେ ଆଦି ଧାର୍ମିକ ଏବଂ ସାମାଜିକ ଅର୍ଥ ପ୍ରକାଶ କରୁଥିବା ଶବ୍ଦ। ଆମେ ଏହାକୁ ସମ୍ମାନ ଦେଉଛୁ। କିନ୍ତୁ ବିଜେପି ଧାର୍ମିକ ସ୍ଳୋଗାନ ଜୟ ଶ୍ରୀରାମକୁ ଦଳୀୟ ସ୍ଳୋଗାନରେ ପରିଣତ କରିଛି। ଧର୍ମକୁ ରାଜନୀତି ସହ ମିଶାଇ ବିଜେପି ଲୋକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories