www.samajalive.in
Sunday, December 7, 2025
23.1 C
Bhubaneswar

୧୭୦ କେଜି ଗଞ୍ଜେଇ ଜବତ – ୭ ଗିରଫ

ଜୟପୁର: ଜୟପୁର ସଦର ପୁଲିସ, ବୈପାରିଗୁଡା ପୋଲିସ ଓ ବୋରିଗୁମ୍ମା ପୋଲିସ ଅଲଗା ଅଲଗା ୩ଟି ସ୍ଥାନରେ ଚଢ଼ଉ କରି୧୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳରୁ ୨ଟି କାର୍ ଓ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଉତ୍ତର ପ୍ରଦେଶର ୭ ଜଣଙ୍କୁ ଗିରଫ କରିଛି। ଏସଡିପିଓ ସାଗରିକା ନାଥ କହିଛନ୍ତି, ଉତ୍ତର ପ୍ରଦେଶ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ ଚଢ଼ଉ କରିଥିଲା।

ମାଲକାନଗିରିରୁ ଏକ କାରରେ ଗଞ୍ଜେଇ ଚାଲାଣ ଖବର ପାଇ ଜୟପୁର ସଦର ପୁଲିସ ପଣସପୁଟ ବାଗ୍ରାଠାରେ ଚଢ଼ଉ କରି କାର୍ ସହ ୭୨ କେ.ଜି. ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ପୋଲିସ ବିରେନ୍ଦ୍ର ଯାଦବ, ଗଣେଶ ସିଂ ଓ ସୁନିଲ କୁମାର ବେଶରୀଙ୍କୁ ଗିରଫ କରିଛି। ସେହିପରି ବୋରିଗୁମ୍ମା ପୋଲିସ ଜାତୀୟ ରାଜପଥ ନଂ ୨୬ର ଆଦର୍ଶ ବିଦ୍ୟାଳୟ ନିକଟରେ ନମ୍ବର ବିହିନ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢ଼ଉ କରି ମନୋଜ କୁମାର ସିଶୋଦିଆ ଓ ଆକବର ଖାନଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୦ କେ.ଜି. ଗଞ୍ଜେଇ ସହ ବାଇକ୍ ଜବତ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories