www.samajalive.in
Monday, December 8, 2025
13.1 C
Bhubaneswar

ବାଂଲାଦେଶ-ନ୍ୟୁଜିଲାଣ୍ଡ ମୁକାବିଲା ଆଜି

ଲଣ୍ଡନ : କ୍ରିକେଟ୍‌ ବିଶ୍ବକପ୍‌ରେ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶ ଦଳର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ। ଉଭୟ ଦଳ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ଏହି ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ଦ୍ରୁତ ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ମାତ୍ର ୧୩୬ ରନ୍‌ରେ ଅଲଆଉଟ୍‌ କରି ଦେଇଥିଲେ। ଏହାପରେ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ୍ ସହଜରେ ଦଳକୁ ବିଜୟୀ କରାଇଥିଲେ। ଅନ୍ୟପକ୍ଷରେ ବାଂଲାଦେଶ ନିଜ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୩୩୦ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨୧ ରନ୍‌ରେ ପରାସ୍ତ ହୋଇଥିଲା। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ଭାବେ ପରିଗଣିତ ହେଉଥିବା ବେଳେ ଏହା ବିପକ୍ଷରେ ବାଂଲାଦେଶର ବ୍ୟାଟସମ୍ୟାନ୍ ୩୩୦ ରନ୍‌ ସଂଗ୍ରହ କରିବା ଦଳର ବ୍ୟାଟିଂ ଶକ୍ତିକୁ ଦର୍ଶାଉଛି। ଏହି ମ୍ୟାଚ୍‌ରେ ସାକିବ୍‌ ଅଲ୍ ହସନ୍, ମୁସଫିକୁର ରହିମ୍‌ ବେଶ୍‌ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏମାନଙ୍କ ବ୍ୟତୀତ ସୌମ୍ୟ ସରକାର ଓ ମହମ୍ମଦୁଲ୍ଲା ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିଥିଲେ। ତେବେ ବାଂଲାଦେଶ ବ୍ୟାଟସମ୍ୟାନ୍‌ମାନେ ନ୍ୟୁଜିଲାଣ୍ଡ ଦଳର ବୋଲରଙ୍କୁ କିପରି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଛି।
ବାଂଲାଦେଶ ଦଳର ପ୍ରମୁଖ ଖେଳାଳି ହେଉଛନ୍ତି ବ୍ୟାଟସମ୍ୟାନ୍‌ ମୁସ୍‌ଫିକୁର ରହିମ୍‌। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଭଲ ପ୍ରଦର୍ଶନ କରିଥିବା ବେଳେ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସେ କିପରି ମୁକାବିଲା କରୁଛନ୍ତି ତା ଉପରେ ବାଂଲାଦେଶ ଦଳର ସ୍କୋର ବହୁଳ ପରିମାଣରେ ନିର୍ଭର କରୁଛି। ସେହିପରି ନ୍ୟୁଜିଲାଣ୍ଡ ଦଳର ପ୍ରମୁଖ ବ୍ୟାଟସମ୍ୟାନ୍‌ ହେଉଛନ୍ତି ମାର୍ଟିନ୍ ଗପଟିଲ୍‌। ଗପ୍‌ଟିଲ ଶ୍ରୀଲଙ୍କା ବିପକ୍ଷରେ ୫୧ଟି ବଲ୍‌ରୁ ୭୩ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍‌ ପାଇଁ ପ୍ରସ୍ତୁତ ପିଚ୍‌ ମୂଳରୁ ଦ୍ରୁତ ବୋଲରଙ୍କୁ କିଛିଟା ସହାୟତା ଦେବ। ପରବର୍ତ୍ତୀ ସମୟରେ ଏହି ପିଚ୍‌ରେ ବ୍ୟାଟିଂ କରିବା ସହଜ ହେବ ବୋଲି ଆଶା କରାଯାଉଛି। ମ୍ୟାଚ୍‌ ସମୟରେ ବର୍ଷା ହେବା ସମ୍ଭାବନା ବହୁତ କମ୍‌।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories